ନିର୍ଦ୍ଦୟ ଶାଶୂ-ଶ୍ୱଶୁର: ଗାଁ ଦାଣ୍ଡରେ ବୋହୂକୁ ଘୋଷାରି ଘୋଷାରି ପିଟିଲେ

ଯାଜପୁର ଜିଲ୍ଲା କୋରାଇ ବ୍ଲକ ଧନେଶ୍ୱର ପଂଚାୟତ ଧନେଶ୍ୱର ଗ୍ରାମ ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାସ୍ତା ଉପରେ ନିଜ ବହୁ କୁ ମାଡ ମାରି କି ଭଳି ଭାବରେ ନିର୍ଯାତନା ଦିଆଯାଉଛି। ଏଥିପ୍ରତି ପ୍ରଶାସନ ନଜର ରଖିବା ଦରକାର ଏବଂ ଏଥିପ୍ରତି କଢ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଇ ଚାଲିଛି l

ଭିଡିଓରେ ଦେଖିବାକୁ ମିଳିଛି,  ଧନେଶ୍ୱର ଗାଁର  ନବୀନ ବେହେରା ଓ ପତ୍ନୀ ଚାରୁଲତା  ତାଙ୍କ ବୋହୂଙ୍କ ଚୁଟି ଧରି ଗାଁ ଦାଣ୍ଡରେ ଘୋଷାରି ଘୋଷାରି ନେଉଛନ୍ତି। ରାସ୍ତାରେ ବର୍ଷା ପାଣି କାଦୁଅ । ତଥାପି ବୋହୂକୁ ଅତି ନିର୍ଦ୍ଦୟ ଭାବେ ଘୋଷାରି ପିଟୁଛନ୍ତି।  ତାଙ୍କୁ ନିସ୍ତୁକ ମାଡ଼  ମଧ୍ୟ ମାରୁଛନ୍ତି। ପ୍ରାଣ ବିକଳରେ ବୋହୂ ନ ମାରିବାକୁ ନେହୂରା ହେଉଛନ୍ତି। ହେଲେ ଏହି ବିକଳ କାନ୍ଦ ଉଭୟଙ୍କ ହୃଦୟକୁ ତରଳାଇ ପାରୁନି। ଶାଶୂ ଚାରୁଲତା ମଧ୍ୟ ଏକ କାଠ ଫାଳିଆ ଧରି ବୋହୂକୁ ମାରିବାକୁ  ଚିହିଁକି ଆସୁଥିବା ଦେଖିବାକୁ ମିଳିଛି।

ସୂଚନାଥାଉ କି, ପୂର୍ବରୁ ମଧ୍ୟ ଶାଶୁ-ବୋହୂଙ୍କ ବିବାଦ ଥାନାରେ ପହଞ୍ଚିଥିଲା କିନ୍ତୁ ଆଜିର ଏହି ଘଟଣା ସୀମା ଟପି ଯାଇଛି। ଯାଜପୁର: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ଥାନା ଧନେଶ୍ୱର ଗାଁରେ। ଗାଁ ଦାଣ୍ଡରେ ଘରର ବୋହୂକୁ ଶାଶୂ ଶ୍ୱଶୁର ମାଡ଼ ମାରୁଛନ୍ତି। ଏହି ଅମାନବୀୟ ଦୃଶ୍ୟ ଦୃଶ୍ୟକୁ କେହି ମୋବାଇଲ୍‌ରେ ରେକଡିଂ କରି ଭାଇରାଲ କରିଛନ୍ତି।

Spread the love