୨୦୨୩ରୁ ସାରାବିଶ୍ୱରେ ବନ୍ଦ ହୋଇଯିବ Johnson & Johnsonଙ୍କ ବେବି ପାଉଡର ବିକ୍ରି

ନୂଆଦିଲ୍ଲୀ ୧୨।୮ : ଆମେରିକାରେ ବିକ୍ରି ବନ୍ଦ ପରେ ଏବେ ବିଶ୍ୱରେ ବେବି ପାଉଡର ବିକ୍ରି ବନ୍ଦ କରିବେ ଜନସନ ଏଣ୍ଡ ଜନସନ।  ୨୦୨୩ ମସିହାରେ ସାରା ବିଶ୍ୱରେ ଜନସନଏଣ୍ଡ ଜନସନଙ୍କ ବେବି ପାଉଡର ବିକ୍ରି ବନ୍ଦ ହୋଇଯିବ ବୋଲି ଔଷଧ ପ୍ରସ୍ତୁତ କର୍ତ୍ତା କହିଛନ୍ତି। ବିଶ୍ୱବ୍ୟାପୀ ପୋର୍ଟଫୋଲିଓ ମୂଲ୍ୟାୟନରେ କର୍ଣ୍ଣ ଷ୍ଟ୍ରାଚ ଆଧାରିତ ସବୁ ବେବି ପାଉଡର ପ୍ରସ୍ତୁତି ଓ ବିକ୍ରି ବନ୍ଦ ଲାଗି ବାଣିଜ୍ୟିକ ନିଷ୍ପତ୍ତି ନିଆଯାଇଥିବା ଜନସନ ଏଣ୍ଡ ଜନସନ କହିଛନ୍ତି।

ଜନସନଏଣ୍ଡ ଜନସନ ୨୦୨୦ରେ ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡାରେ ବେବିପାଉଡର ବିକ୍ରି ବନ୍ଦ କରିଦେବେ ବୋଲି ଘୋଷଣା କରିଥିଲେ। କାରଣ ଆଇନଗତ ଚାଲେଞ୍ଜରେ ଉତ୍ପାଦ ନେଇ ଗୁଜବ ବଜାରରେ ଚାହିଦା ହ୍ରାସ କରିଥିଲା। ସାରା ବିଶ୍ୱରେ ଏବେ ଜନସନ ଏଣ୍ଡ ଜନସନ ବେବି ପାଉଡର ବିରୋଧରେ ୩୮ ହଜାରରୁ ଅଧିକ ମାମଲା ବିଭିନ୍ନ କୋର୍ଟରେ ବିଚାରଧୀନ ରହିଛି। ଉତ୍ପାଦରେ ଆଜବେଷ୍ଟସ ମିଶ୍ରଣ କର୍କଟ ରୋଗର କାରଣ ବୋଲି ଅଭିଯୋଗ ହୋଇଛି।

ତେବେ ଜନସନ ଏଣ୍ଡ ଜନସନ ଅଭିଯୋଗକୁ ଅସ୍ୱୀକାର କରିଆସୁଛନ୍ତି।  ଦୀର୍ଘ ଦଶକ ଧରି ବୈଜ୍ଞାନିକ ପରୀକ୍ଷଣ ଓ ନିୟାମକୀୟ ଅନୁମୋଦନ ତାଙ୍କ ବେବି ପାଉଡର ଅଭ୍ରମୁକ୍ତ ଓ ସୁରକ୍ଷି ବୋଲି ଦାବି କରି ଆସୁଛନ୍ତି। ଜନସନ ଏଣ୍ଡ ଜନସନ ତାଙ୍କର ଦାବିକୁ ପୁଣି ଦୋହରାଇଛନ୍ତି କାରଣ ତାଙ୍କ ଉତ୍ପାଦ ୨୦୨୩ ମସିହାରୁ ସାରା ବିଶ୍ୱରେ ବନ୍ଦ କରିଦେବେ ବୋଲି ଘୋଷଣା କରିଛନ୍ତି।ତେବେ ୨୦୧୮ର ଏକ ଯାଞ୍ଚରେ ଜନସନ ଏଣ୍ଡ ଜନସନ ଦୀର୍ଘ ଦଶକରୁ ତାଙ୍କ ଉତ୍ପାଦରେ ଏସବେଷ୍ଟସ ଭଳି କର୍କଟର ତତ୍ୱ ମହଜୁଦ ଥିବା ଜାଣି ଥିଲେ ବୋଲି ଜଣାପଡିଥିଲା। କମ୍ପାନୀର ରେକର୍ଡ ପରୀକ୍ଷଣର ସାକ୍ଷ ଓ ଅନ୍ୟ ପ୍ରମାଣରୁ ଜଣା ଯାଏଯେ ୧୯୭୧ରୁ ୨୦୦୦ ଦଶକ ଆରମ୍ଭ ପର୍ଯ୍ୟନ୍ତ ଫିନସ ପାଉଡର ଓ କଞ୍ଚାମାଲରେ କିଛି ମାତ୍ରାରେ ଏସବେଷ୍ଟସ ଲାଗି ସକରାତ୍ମକ ପରୀକ୍ଷଣ କରାଯାଇଥିଲା। ତେବେ ଅଦାଲତରେ ତାଙ୍କ ଉତ୍ପାଦ ଅତ୍ୟନ୍ତ ସୁରକ୍ଷିତ ବୋଲି ଜନସନ୍ ଏଣ୍ଡ ଜନସନ ବାରମ୍ବାର ଦାବି କରୁଥିଲେ । ଜନସନ ୧୮୯୪ ମସିହାରୁ ବେବି ପାଉଡରର କାରବାର କରିଆସୁଛନ୍ତି। ଏଣୁ କମ୍ପାନୀର ଏକ ପରିବାର ଅନୁକୂଳ ଛବି ମଧ୍ୟ ରହିଛି।     

Spread the love