ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛା ଗିରଫ, ଥାନାରେ ରହିଛି ୭ ଅଭିଯୋଗ

ମୋହନା, ୧୨/୦୮: ମାଓ ସଂଗଠନ ଛାଡ଼ିଥିବା ଜଣେ ମାଓବାଦୀକୁ ଗିରଫ କଲା ଅଡବା ପୋଲିସ୍ । ଗିରଫ ମାଓ ଅଭିଯୁକ୍ତ ହେଲେ ଡେକାପଙ୍କା ଗାଁର ପ୍ରଫୁଲ୍ଲ ପରିଚ୍ଛା ଓରଫ ଲୋରେ । ପ୍ରଫୁଲ ନାମରେ ଅଡବା ଥାନାରେ ୭ ଟି ମାମଲା ରହିଛି । ବିଶେଷ କରି ୨୦୦୮ ରୁ ୨୦୧୦ ମଧ୍ୟରେ ବିଭିନ୍ନ ମାଓ ହିଂସା ଘଟଣାରେ ସେ ସଂପୃକ୍ତି ଥିବା ପୋଲିସ ସୂଚନା ଦେଇଛି । ପ୍ରଫୁଲକୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ତେବେ ଆଜି ପ୍ରଫୁଲ୍ଲ ଡେକାପଙ୍କା ଗାଁର ନିଜ ଘରେ ଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ତା ଘରୁ ପ୍ରଫୁଲ୍ଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅଡବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Spread the love