ଚିର ନିଦ୍ରାରେ ସୁଇରହିଛି ବନ ବିଭାଗ,ଭାଲୁ ଆକ୍ରମଣ ଶିକାର ହେଉଛନ୍ତି ଲୋକ

ସୋର, ୧୨/୮: ଚିର ନିଦ୍ରାରେ ସୁଇରହିଛି ବନ ବିଭାଗ, ଭାଲୁ ଆକ୍ରମଣ ରେ ଆହତ ଗୋପୀନାଥ 16 ଦିନ ଧରି ଗୁରୁତର, ସହାୟତା ପାଇଁ ପରିବାର ଲୋକଙ୍କ ଆକୁଳ ନିବେଦନ। ଗତ 26 ତାରିଖ ରେ ସୋର ବ୍ଲକ ମାଣିପୁର ପଂଚାୟତ ଜାତପଦା ଗାଁର ଗୋପୀନାଥ କିସ୍କୁ ସକାଳେ ଶୌଚ ହେବାକୁ ଯାଉଥିବା ବେଳେ ଦୁଇଟି ଭାଲୁ ଆସି ଆକ୍ରମଣ କରିଥିଲେ |ଏହି ଆକ୍ରମଣ ଫଳରେ ତାଙ୍କ ମୁହଁ ଏବଂ ଅଣ୍ଡକୋଷ ଗୋଡ଼ ମୁଣ୍ଡକୁ ଆଘାତ ସାଙ୍ଗକୁ ରକ୍ତ ଯୋଡୁ ବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକ ଏବଂ ତାଙ୍କ ପରିବାର ଲୋକେ ସୋର ମେଡିକାଲ କୁ ଆଣି ଥିଲେ ପରେ ତାଙ୍କ ଅବସ୍ଥା ସଂକଟାପନ ଦେଖି ତୁରନ୍ତ କଟକ ମେଡିକାଲ କୁ ନେବାକୁ ଡାକ୍ତର କହିଥିଲେ, କଟକୁ ଆଣି ପାଖାପାଖି 16 ରୁ 17 ଦିନ ରହିଲା ପରେ ଡାକ୍ତର ତାଙ୍କୁ ଘରକୁ ନେବାକୁ କହିଲେ | ପାଖରେ ଅର୍ଥ ନ ଥିବାରୁ ତାଙ୍କ ପୁଅ ଜଗନ୍ନାଥ କିସ୍କୁ କିଛି ବାଟ ନ ପାଇ ଘରକୁ ନେଇ ଆସିଛନ୍ତି, ଏବେବି ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୁଈ ପଡିଛି, ନା ବନ ବିଭାଗର ନିଦ ଭାଙ୍ଗିଛି |ଔପଦା ରେଞ୍ଜର ବବିତା ସୋରେନ ଏବଂ ଖୁଣ୍ଟାପାଟଣା ର ଫୋରେଷ୍ଟର କିଶୋର ଚନ୍ଦ୍ର ଭୁଆଁ ନା ଟଙ୍କାଟିଏ ସାହାଯ୍ୟ କରିଛନ୍ତି | ଏବେ ଗୋପୀନାଥ କିସ୍କୋ ଘରେ ମରଣ ସହ ଲଢେଇ କରୁଛନ୍ତି, ମାତ୍ର ବନ ବିଭାଗର ନିଦ ଭାଙ୍ଗୁନାହିଁ , ତୁରନ୍ତ ଗୋପୀନାଥ କିସ୍କୁ ଙ୍କୁ ସାହାର୍ଯ୍ୟ ଏବଂ ସହଯୋଗ କରିବାକୁ ବନ ବିଭାଗ କୁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି |

Spread the love