ଜିଓର ନୂତନ ସୁବିଧା ସାଙ୍ଗକୁ ଆକର୍ଷଣୀୟ ଅଫର

ଭୁବନେଶ୍ୱର   :  ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଜିଓର ୩ସ୍ବତନ୍ତ୍ର ଅଭିଯାନ ସହ ସ୍ବାଧୀନତା ଦିବସ ଅବସରରେ ନୂତନ ଅଫର ସମ୍ପର୍କରେ ଘୋଷଣା କରାଯାଇଛି ଯାହା ଭାରତୀୟଙ୍କୁ ଜିଓ ଡିଜିଟାଲ ଜୀବନର ନୂତନ ଲାଭ ପ୍ରଦାନ କରିବ। ବିଶେଷକରି ‘ହର୍‌ ଘର୍‌ ତ୍ରିରଙ୍ଗା, ହର୍‌ ଘର୍‌ ଜିଓ ଫାଇବର’ ଅଭିଯାନ ସହ ପୋଷ୍ଟପେଡ୍‌ ମନୋରଞ୍ଜନ ବୋନାଞ୍ଜା ପ୍ଲାନ୍‌ ଜରିଆରେ ୧୫ଦିନର ଅତିରିକ୍ତ ଲାଭ ମାଗଣାରେ ଉପଲବ୍ଧ। ସେହିଭଳି ୨୯୯୯ ଟଙ୍କା ରିଚାର୍ଜ ପ୍ଲାନ୍‌ରେ ୩୦୦୦ଟଙ୍କା ମୂଲ୍ୟର ଲାଭ ସହ ଜିଓ ସ୍ବାଧୀନତା ଦିବସ ଅଫର ଏବଂ ୭୫୦ ଟଙ୍କାରେ ଏକ ସ୍ବତନ୍ତ୍ର ୯୦ ଦିନିଆ ଅସୀମିତ ପ୍ଲାନ୍‌ ମଧ୍ୟ ସାମିଲ ରହିଛି।ଅପରପକ୍ଷରେ ଚଳିତ ମାସ ୧୨ରୁ ୧୬ ଅଗଷ୍ଟ ମଧ୍ୟରେ ଜିଓ ଫାଇବର ପୋଷ୍ଟପେଡ୍‌ ମନୋରଞ୍ଜନ ବୋନାଞ୍ଜା ପ୍ଲାନ୍‌ ସହ ଯେଉଁମାନେ ଏକ ନୂଆ ଜିଓଫାଇବର ସଂଯୋଗ କିଣିବେ ସେହି ସମସ୍ତ ନୂଆ ଗ୍ରାହକଙ୍କ ପାଇଁ ଜିଓଫାଇବର ସ୍ବାଧୀନତା ଦିବସ ଅଫର ଉପଲବ୍ଧ ହେବ। ନୂତନ ସଂଯୋଗକୁ ସକ୍ରିୟ କରିବା ସମୟରେ ଯେଉଁ ପ୍ଲାନ୍‌ ଚୟନ କରାଯାଇଥିବ ଅତିରିକ୍ତ ୧୫ଦିନ ପାଇଁ ନୂଆ ଗ୍ରାହକଙ୍କ ପାଇଁ ସେହି ଲାଭ ମାଗଣାରେ ଉପଲବ୍ଧ ହେବ। ସେହିପରି ୪ ଟି ରିଚାର୍ଜ ସହ ୬ ମାସ କିମ୍ବା ୧୨ମାସ ଅବଧିର ପ୍ଲାନ୍‌ର ପୋଷ୍ଟପେଡ୍‌ ମନୋରଞ୍ଜନ ବୋନାଞ୍ଜା ଅଫର ଚୟନ କରୁଥିବା ନୂଆ ଜିଓଫାଇବର ଗ୍ରାହକଙ୍କ ପାଇଁ ଏହି ଅଫର ପ୍ରଯୁଜ୍ୟ ।

Spread the love