ତ୍ୱଚାରୁ ମୃତ କୋଷିକା ଦୂର କରିବାକୁ ବ୍ୟବହାର କରନ୍ତୁ ଅଖରୋଟ୍‌

ବର୍ତ୍ତମାନର ପ୍ରଦୂଷିତ ଦୁନିଆରେ ତ୍ୱଚାର ଯତ୍ନ ନେବା ଜରୁରୀ ହୋଇପଡ଼ିଛି। ଝାଳ, ସୂର୍ଯ୍ୟଙ୍କ ତାପ, ଧୂଆଁ ଆଦି କାରଣରୁ ତ୍ୱଚା ଶୀଘ୍ର ଖରାପ ହୋଇଯାଏ। ଯଦି ଠିକ୍‌ ଭାବେ ଚେହେରାର ଯତ୍ନ ନ ନେବେ, ତେବେ ମୁହଁର ଉଜ୍ଜ୍ୱଳତା କମିଯିବ। ଏଥିସହ ପିମ୍ପଲ, ତ୍ୱଚାରେ ଲୋଚାକୋଚାପଣ, ମୃତ କୋଷିକା ଜମିବା ଆଦି ମଧ୍ୟ ଦେଖାଦିଏ। ତେବେ ଶରୀରର ଡେଡ୍‌ ସ୍କିନ୍‌ ମୁହଁକୁ ଅଧିକ ଅସୁନ୍ଦର କରିଦିଏ। ଏହାକୁ ଆପଣ ଘରୋଇ ଉପାୟରେ ମଧ୍ୟ ଦୂରେଇ ପାରିବେ। ତେବେ ଆସିନ୍ତୁ ଜାଣିବା ମୃତ କୋଷିକାକୁ ଦୂର କରିବାକୁ ସହଜ ଉପାୟ…

ମୁହଁର ମୃତ କୋଷିକାକୁ ବାହାର କରିବା ପାଇଁ ଅଖରୋଟ୍‌ ସବୁଠୁ ଭଲ ଉପାୟ। ଅଖରୋଟ୍‌ର ଚୋପାର ପାଉଡର ବ୍ୟବହାର କରି ଆପଣ ଡେଡ୍‌ ସ୍କିନ୍‌ରୁ ମୁକ୍ତି ପାଇପାରିବେ। ଅଖରୋଟ୍‌ରେ ଭିଟାମିନ୍‌ ଇ, ଓମେଗା ୩ ଫ୍ୟାଟି ଏସିଡ୍‌ ରହିଥାଏ। ଏହା ତ୍ୱଚାକୁ ମୁଲାୟମ୍‌ କରିବାରେ ସାହାଯ୍ୟ କରେ। ତ୍ୱଚାରେ ଅଖରୋଟ୍‌ ପାଉଡର ଲଗାଇଲେ ତ୍ୱଚା ଗ୍ଲୋ କରିବା ସହ କୋମଳ ବି ହୋଇଯାଏ।

ମୁହଁରେ ହେଡ୍‌ ସ୍କିନ୍‌ ସମସ୍ୟା ଥିଲେ ଅଖରୋଟ୍‌ ଚୋପା ପାଉଡରକୁ ପାଣିରେ ଗୋଳାଇ ଲଗାନ୍ତୁ। ୧୦ ମିନିଟ୍‌ ପରେ ଏହା ଶୁଖିଯିବା ପରେ ମୁହଁକୁ ଭଲ ଭାବେ ସାଧାରଣ ପାଣିରେ ଧୋଇ ଦିଅନ୍ତୁ। ଏହା ପରେ ମୁହଁକୁ ଗୋଲାପ ଜଳରେ ପୋଛି ଦିଅନ୍ତୁ। ନିୟମିତ ବ୍ୟବଧାନରେ ଏମିତି କରିବା ଦ୍ୱାରା ତ୍ୱଚାରୁ ସମସ୍ତ ମୃତ କୋଷିକା ବାହାରିଯିବ।

ଅଖରୋଟ୍‌ ଚୋପାର ଗୁଣ୍ଡ ଲଗାଇବା ଦ୍ୱାରା ମୁହଁରୁ ଅତିରିକ୍ତ ତୈଳ ନିର୍ଗତ ହେବା ବନ୍ଦ ହୋଇଯାଏ। ଏଥିସହ ମୁହଁରୁ ବ୍ରଣ, ଦାଗ ମଧ୍ୟ ଲିଭିଯାଏ।

Spread the love