ବ୍ୟୁଟି ପାର୍ଲର ମାଲିକାଣିଙ୍କ ଉନ୍ମତ୍ତ କାଣ୍ଡ, ଲୋକଙ୍କୁ ଶୂନ୍ୟରେ ଗାଲିଗୁଲଜ ସହ କଲେ ଆକ୍ରମଣ ଉଦ୍ୟମ

ବାଲେଶ୍ଵର ର୍ମିଜାପୋଖରୀରେ ଥିବା ଜଣେ ବ୍ଯୁଟି ପାର୍ଲର ମାଲିକାଣିଙ୍କ ହାଇଡ୍ରାମା । ଗତକାଲି ରାତି ସାଢେ ୧୦ଟାରେ ନିକଟସ୍ଥ ସାଇ ମନ୍ଦିର ନିକଟରେ ଏହି ହାଇଡ୍ରାମା ଦେଖିବାକୁ ମିଳିଥିଲା । ମହିଳା ଜଣକ ସାଇମନ୍ଦିର ଫାଟକକୁ ଧରି ଅଶ୍ଳିଳ ଭାଷାରେ ଗାଲି ଗୁଲଜ କରୁଥିବା ଦେଖିବାକୁ ମିଳିଥିଲା । ଏଥିସହିତ ଏଠାରେ ସାଇ ମନ୍ଦିର ନୁହେଁ, ମୋ ମନ୍ଦିର ହେବ ବୋଲି ଚିତ୍କାର କରି କହୁଥିବା ଦେଖାଯାଇଥିଲା । ଜଣେ ମହିଳା ତାଙ୍କୁ ବୁଝାଇବାକୁ ଯିବାରୁ ବ୍ଯୁଟି ପାର୍ଲର ମାଲିକାଣି ତାଙ୍କୁ ଗୋଇଠା ମାରୁଥିବା ଭିଡ଼ିଓରେ ଦେଖାଯାଉଛି ।

ଶେଷରେ ଲୋକେ ମହିଳାଙ୍କୁ କାବୁକରି ହାତ ବାନ୍ଧି ଘରକୁ ପଠାଇବାରେ ସଫଳ ହୋଇଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ର୍ମିଜାପୋଖରୀ ନିକଟରେ ମହିଳାଙ୍କର ଏକ ବ୍ଯୁଟି ପାର୍ଲର ଅଛି । ଗତକାଲି କେହି ବନ୍ଧୁ ତାଙ୍କୁ ନିଶା ଦେଇଦେଇଥିବା ଯୋଗୁ ସେ ମାନସିକ ଭାରସାମ୍ଯ ହରାଇ ଏଭଳି ଉନ୍ମତ୍ତ କାଣ୍ଡ ଘଟାଇଥିଲେ । ହେଲେ ଘଟଣା ସମ୍ପର୍କରେ କେଣସି ସତ୍ୟାସତ୍ୟ ଜଣାପଡ଼ିନାହିଁ ।
Spread the love