ଭୂମିକମ୍ପରେ ଥରିଲା ଲକ୍ଷ୍ନୌ
ନୂଆଦିଲ୍ଲୀ, ୨୦|୦୮: ଉତ୍ତରପ୍ରଦେଶରେ ଭୂମିକମ୍ପ । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ମ୍ୟାଗ୍ନିଚ୍ୟୁଡ୍ ବୋଲି ଜଣାପଡିଛି ।
ସୂଚନା ଅନୁସାରେ,ଶୁକ୍ରବାର ରାତି ପ୍ରାୟ ୧ଟା ୨୦ରେ ଥରିଥିଲା ଲକ୍ଷ୍ନୌ । ଏହାର କେନ୍ଦ୍ରସ୍ଥଳୀ ଏଠାରୁ ୧୩୯ କିମି ଦୂରରେ ଥିବା ବହରାଇଚ ବୋଲି କୁହାଯାଉଛି । ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଏହାପୂର୍ବରୁ ଅଗଷ୍ଟ ୧୭ ତାରିଖରେ ମହାରାଷ୍ଟ୍ରର ନାସିକରେ ମଧ୍ୟ ତିନି ଥର ଭୂମିକମ୍ପର ଝଟକା ଲାଗିଥିଲା । ଯାହାର ତୀବ୍ରତା ଥିଲା ୩.୪, ୨.୧ ଓ ୧.୯୯ । ଏଥିରେ କେହି ମୃତାହତ ହୋଇନଥିଲେ । ଲଗାତର ତିନି ଥର ଝଟା ପରେ ଲୋକେ ଡରି ଯାଇଥିଲେ ।
ପ୍ରଥମେ ଏହି ଝଟକାର ସଠିକ କାରଣ ଲୋକେ ଜାଣିପାରିନଥିଲେ । ପରେ ସୋସିଆଲ ମିଡିଆରେ ଏହାର ଖୁବ୍ ଚର୍ଚ୍ଚା ହୋଇଥିଲା । କିଛି ଲୋକେ ଆକାଶରେ କିଛି ଶବ୍ଦ ଶୁଣିବା ପରେ ମାଟି ଥରିଥିବା କହିଥିଲେ ।