ଦୁର୍ଗାପୂଜା: ଅପରାଧୀଙ୍କ ଉପରେ ନଜର ରଖିବାକୁ କଟକରେ ଲାଗିଲା ୨୦୦ରୁ ଅଧିକ ସିସିଟିଭି

ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବାକୁ କଟକର ବିଭିନ୍ନ ସ୍ଥାନରେ ଲାଗିଲା ସିସିଟିଭି । କମିଶନରେଟ୍‌ ପୋଲିସ, କଟକର ବିଭିନ୍ନ ପୂଜା କମିଟି ଓ କିଛି ବ୍ୟବସାୟିକ ଅନୁଷ୍ଠାନର ସହଭାଗିତାରେ କଟକର ହାୱାର୍ଡ଼ ମୋଟର୍ସ, ଏସିବି ମେଡ଼ିକାଲ, ବଜ୍ରକବାଟି ଓ ପଟାପୋଲ ଛକରେ ଲଗାଯାଇଛି ସିସିଟିଭି । ବର୍ତ୍ତମାନ ସୁଦ୍ଧା କଟକ ସହରରେ ୨ ଶହରୁ ଅଧିକ ସିସିଟିଭି ଲାଗିଯାଇଛି । ଆଗକୁ ଦୁର୍ଗାପୂଜା ଆସୁଥିବାରୁ ତାପୂର୍ବରୁ ସହରରେ ୫ ଶହ ସିସିଟିଭି ଲଗାଇବା ପାଇଁ ଯୋଜନା ରଖିଛି କମିଶନରେଟ ପୋଲିସ ।

Spread the love