ଅଟଳ ବ୍ରିଜର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଗୁଡି ଆକାରର ଡିଜାଇନ, ୨୬୦୦ ମେଟ୍ରିକ ଟନରେ ହୋଇଛି ନିର୍ମାଣ
ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଗୁଜରାଟର ଅହମଦାବାଦରେ ସାବରମତୀ ନଦୀ ଉପରେ ପାଦ ଚଲା ଯାତ୍ରୀଙ୍କ ପାଇଁ ଅଟଳ ବ୍ରିଜର ଉଦଘାଟନ କରିଛନ୍ତି । ଗତ ଦୁଇ ଦିନରୁ ଏହି ପୋଲ ନିଜ ବିଶେଷତ୍ୱକୁ ନେଇ ବେଶ ଚର୍ଚ୍ଚାରେ ରହିଛି । ଏହି ବ୍ରିଜ ନିର୍ମାଣରେ ପ୍ରାୟ ୨୬୦୦ ମେଟ୍ରିକ ଟନ ଷ୍ଟିଲ ପାଇପ ବ୍ୟବହାର କରାଯାଇଛି ।
ଆକର୍ଷଣୀୟ ଡିଜାଇନ ଏବଂ ଏଲଇଡି ଆଲୋକସଜ୍ଜାରେ ସୁସଜ୍ଜିତ ଏହି ବ୍ରିଜର ଲମ୍ୱା ପ୍ରାୟ ୩୦୦ ମିଟର ଏବଂ ୧୪ ମିଟର ଓସାରିଆ । ପାଦ ଚଲା ଯାତ୍ରୀଙ୍କ ସହ ସାଇକେଲ ଚାଳକ ମଧ୍ୟ ଏହାକୁ ବ୍ୟବହାର କରି ନଦୀ ପାର କରିପାରିବେ ।
ଅହମଦାବାଦ ନଗର ନିଗମ ଦ୍ୱାରା ଏହି ବ୍ରିଜର ନିର୍ମାଣ କରାଯାଇଛି । ୩୦୦ ମିଟର ବ୍ରିଜ ନିର୍ମାଣକୁ ୭୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ବ୍ରିଜ ନିକଟରେ କ୍ୟାଫେଟେରିଆ ଏବଂ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଲଆଇଡି ଯୋଗୁଁ ରାତିରେ ଏହି ଫୁଟ ବ୍ରିଜ୍ ବେଶ ସୁନ୍ଦର ଦେଖାଯାଉଛି । ଏହି ବ୍ରିଜକୁ ଏପରି ଡିଜାଇନ କରାଯାଇଛି ଯେ, ଏହା ଦେଖିବାକୁ ଗୁଡି ସଦୃଶ୍ୟ। ଏଥିରେ ବ୍ୟବହୃତ ପାଇପ ଗୁଡିକୁ ଏପରି ଯୋଡା ଯାଇଛି ଯେ ଭିତରରୁ ଏହା ଗୁଡି ପରି ଦେଖାଯିବ ।