ହାଇକୋର୍ଟଙ୍କ ଆଦେଶକୁ ଅମାନ୍ୟ, ଦାବି ପୂରଣ ପାଇଁ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀଙ୍କ ଧାରଣା

ସାଲେପୁର: ହାଇକୋର୍ଟଙ୍କ ଆଦେଶକୁ ବି ମାନିଲେନି କଲେଜ୍ କର୍ତ୍ତୃପକ୍ଷ। ଏବେ  ନ୍ୟାର୍ଯ୍ୟ ଦାବିରେ କଟକ ଜିଲ୍ଲା ସାଲେପୁର ବ୍ଳକ ବହୁଗ୍ରାମ ଡିଗ୍ରୀ କଲେଜର ୪ ଜଣ ଚତୁର୍ଥଶ୍ରେଣୀ କର୍ମଚାରୀ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ୧୯୯୩ ମସିହାରୁ କଲେଜରେ କାମ କରିଆସୁଥିବା ବେଳେ କଲେଜର ସମ୍ପାଦକ କୌଣସି କାରଣ ନଥାଇ ସେମାନଙ୍କୁ କଲେଜରେ କାର୍ଯ୍ୟ କରିବାକୁ ବନ୍ଦ କରିଥିଲେ। ଏହି ଘଟଣାକୁ ନେଇ ସେମାନେ ମାନ୍ୟବର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସେମାନଙ୍କ ସପକ୍ଷରେ ରାୟ ଆସିଥିଲେ ବି ଆଜି ଯାଏଁ ଚାରି କର୍ମଚାରୀଙ୍କୁ କଲେଜରେ କାମ କରିବାକୁ ଦିଆଯାଉ ନାହିଁ।

ଚାରି କର୍ମଚାରୀ ହେଉଛନ୍ତି ସଞ୍ଜୟ କୁମାର ଦେ, ଆରତୀ ସାହୁ, ପ୍ରତିମା ସେଠୀ ଓ ମିନତୀ ଦାସ। ସେମାନେ ଚତୁର୍ଥଶ୍ରେଣୀ କର୍ମଚାରୀ ଭାବେ ୧୯୯୩ ମସିହାରୁ କଲେଜରେ କାମ କରିଆସୁଥିବା ବେଳେ କଲେଜର ସମ୍ପାଦକ କୌଣସି କାରଣନଥାଇ ସେମାନଙ୍କୁ କଲେଜରେ କାର୍ଯ୍ୟ କରିବାକୁ ବନ୍ଦ କରିଥିଲେ। ଏହି ଘଟଣାକୁ ନେଇ ସେମାନେ ମାନ୍ୟବର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହେଲେ ମାନ୍ୟବର ହାଇକୋର୍ଟ ସେମାନଙ୍କୁ ୧୦/୦୧/୨୦୧୪ତାରିଖ ଠାରୁ ସେମାନଙ୍କୁ ଚାକିରିରୁ ବହିଷ୍କାର ଆଦେଶ ଦେଇଥିଲେ। ପରେ ସେମାନେ  ହାଇକୋର୍ଟରେ ଦ୍ଵାରସ୍ଥ ହୋଇ ନିଷ୍ପତ୍ତିର ପୁନଃର୍ବିଚାର କରିବାକୁ ନିବେଦନ କରିଥିଲେ। ଯାହାର ଶୁଣାଣି କରି ହାଇକୋର୍ଟ ପୂର୍ବର ବହିଷ୍କାର ନିଷ୍ପତ୍ତିକୁ  ଅବୈଧ୍ୟ ଘୋଷଣା କରି ୦୨/୦୬/୨୦୨୨ରେ ସେମାନଙ୍କୁ କାମ କରିବା ପାଇଁ ପରିଚାଳନା କମିଟିକୁ ନିର୍ଦ୍ଦେଶ ଦେଇଥିଲେ।

ହେଲେ ଦୁଃଖ ପରିତାପର ବିଷୟ ଉକ୍ତ ଆଦେଶକୁ ପରିଚାଳନା କମିଟି ଓ କଲେଜ ଅଧକ୍ଷ ମାନି ନାହାନ୍ତି କଲେଜ ଅଧ୍ୟକ୍ଷ ଆଜି ପର୍ଯ୍ୟନ୍ତ ସେମାନଙ୍କୁ କାର୍ଯ୍ୟ କରାଇ ଦେଉ ନାହାନ୍ତି। ଏହାର ପ୍ରତିବାଦରେ ଆଜି କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ଧାରଣା ଦେଇଛନ୍ତି ଚାରି କର୍ମଚାରୀ। ଯଦି କଲେଜ ଅଧ୍ୟକ୍ଷ ୭ଦିନ ମଧ୍ୟରେ ସେମାନଙ୍କୁ କଲେଜରେ କର୍ଯ୍ୟ କରିବାକୁ ନ ଦିଅନ୍ତି ସେମାନେ ବାଧ୍ୟହୋଇ ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଘଟଣାକୁ ନେଇ ସେମାନେ ୫ଟି ସଚିବ, ଉଚ୍ଚଶିକ୍ଷା ମୁଖ୍ୟଶାସନସଚିବ, ଜିଲ୍ଲାପାଳ, ସ୍ତାନୀୟ ବିଧାୟକ,ଜିଲ୍ଲା ଏସପିଙ୍କୁ ଜଣାଇଥିବାର ସୂଚନା ଦେଇଛନ୍ତି।

Spread the love