ଜୁଆ ଆଡ୍ଡାରେ ଚଢଉ : ଲକ୍ଷାଧିକ ଟଙ୍କା ଜବତ, ୧୫ ଅଟକ

ସାନଖେମୁଣ୍ଡି, ୦୪|୦୯:   ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡାରେ ଚଢଉ । ଲକ୍ଷାଧିକ ଟଙ୍କା ଜବତ ସହ ୧୫ ଜୁଆଡିଙ୍କୁ ଅଟକ ରଖିଛି ପୋଲିସ ।   ସୂଚନାନୁସାରେ, ହିଂଜିଳିକାଟୁର ବିଭିନ୍ନ ସ୍ଥାନରେ ଜୁଆଡିମାନେ ମାତି ଥିବା ଗତ କିଛି ଦିନ ଧରି ଦେଖିବାକୁ ମିଳିଥିଲା ।  ବିଶେଷ ସୂତ୍ରରୁ ହିଂଜିଳି ପୋଲିସ ଖବର ପାଇ ସାରୁ ଗ୍ରାମରେ ଅତର୍କିତ ଚଢ଼ଉ କରିଥିଲା । ସେମାନଙ୍କ ଠାରୁ ପ୍ରାୟ ୧ଲକ୍ଷ  ୫୩ହଜାର ଟଙ୍କା ୧୮ଟି ଦାମୀ ମୋବାଇଲ  ଜବତ କରିବା ସକ୍ଷମ ହୋଇଥିବା ବେଳେ ୧୫ ଜଣ ଜୁଆଡ଼ିଙ୍କୁ କାବୁ କରି ଅଟକ ରଖିଛି ।ଜୁଆଡିମାନେ ଏକ ଅଧା ତିଆରି ଘରେ ଜୁଆ ଖେଳୁଥିବା ସମୟରେ ହିଂଜିଳି ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଅତର୍କିତ ଭାବେ ଚଢଉ କରିଥିଲା । ଯାହା ଫଳରେ ପୋଲିସକୁ ସଫଳତା ମିଳିଥିଲା ।

Spread the love