ଇଚ୍ଛାମୃତ୍ୟୁ ପାଇଁ ଟ୍ବିଟ୍ ଯୋଗେ ନିବେଦନ କରିଥିଲେ ଦିବ୍ୟାଙ୍ଗ, ଶେଷରେ କୀଟନାଶକ ପିଇଦେଲେ

ଭିଡିଓ କଲେ, ଜୀବନ ହାରିଲେ। ଜୀବନ ଅପେକ୍ଷା ଯନ୍ତ୍ରଣା ହେଲା ଅଧିକ । ଇଚ୍ଛାମୃତ୍ୟୁ ପାଇଁ ଟୁଇଟ ଯୋଗେ ରାଷ୍ଟ୍ରପତି ଭବନ ଓ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରି ଶେଷରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ। ମୃତ ଯୁବକ ଜଣଙ୍କ ବାଲେଶ୍ୱର ରେମୁଣା ବ୍ଲକ ବରୁଣସିଂ ଗାଁର ବିଜୟ ଜେନା । ବିଷ ପିଇବାର ଏକ ଭିଡ଼ିଓ ମଧ୍ୟ ନିଜ ୱାଟ୍ସଆପ ଷ୍ଟାଟସ୍‌ରେ ଅପଲୋଡ଼ କରିଛନ୍ତି । ୨୦୧୮ ମସିହାରେ ଏକ ଦୁର୍ଘଟଣାର ଶୀକାର ହୋଇ ଚାଲିବାରେ ଅକ୍ଷମ ହୋଇଥିଲେ ବିଜୟ । ଘରେ ପଡ଼ି ରହି ବୋଝ ହେବା ଅପେକ୍ଷା ଶେଷରେ ଆତ୍ମହତ୍ୟା କରିହବାକୁ ନିଷ୍ପତି ନେଇଥିଲେ । ତେଣୁ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ଯୁବକ । ଏଥିପାଇଁ ସେ କାହାରିକୁ ଦାୟୀ କରିନାହାନ୍ତି ।

Spread the love