ପୁରୀ ଫେରିବ କୋହିନୂର ହୀରା ! ବଦଳିପାରେ ନିଷ୍ପତ୍ତି

ପୁରୀ ୧୨/୦୯:ପଞ୍ଜାବ ମହାରାଜା ରଣଜିତ ସିଂହ ମହାପ୍ରଭୁଙ୍କୁ ଦାନ କରିଥିବା କୋହିନୂର ହୀରା ଫେରାଇବାକୁ ବିଟିଶ ମହାରାଣୀଙ୍କୁ ୨୦୧୬ରେ କେତେକ ଅନୁଷ୍ଠାନ ଚିଠି ଲେଖିଥିଲେ । ସେତେବେଳେ ବିଟ୍ରିଶ ପ୍ରଶାସନ ପକ୍ଷରୁ ଏହାର ଉତ୍ତରରେ ଏକ ଚିଠି ଆସିଥିଲା । ଚିଠିରେ ଲେଖାଥିଲା, ମହାରଣୀ ଚାହିଁଲେ ଏହି ହୀରାକୁ ଫେରାଇ ପାରିବେ ନାହିଁ । ବ୍ରିଟେନ୍‌ ପାର୍ଲାମେଣ୍ଟ ଏହି ହୀରା ନେଇ ନିଷ୍ପତ୍ତି ନେଇ ପାରିବ । ଏବେ ମହାରାଣୀଙ୍କ ଦେହାନ୍ତ ପରେ ଯୁବରାଜ ଚାର୍ଲସ ବିଟ୍ରେନର ମହାରାଜା ଦାୟିତ୍ୱ ନେଇଛନ୍ତି । ତେଣୁ ଚାର୍ଲସଙ୍କୁ ଅନୁରୋଧ କରାଯିବା ଲାଗି ମତ ପ୍ରକାଶ ପାଉଛି । ମହାରାଜା ଚାର୍ଲସଙ୍କୁ ପୁଣି ଥରେ ଦାନ ହୀରାକୁ ମହାପ୍ରଭୁଙ୍କୁ ଫେରାଇବାକୁ ଚିଠି କରାଯିବା ସହ ଭାରତ ସରକାର ଓ ରାଜ୍ୟ ସରକାର ମିଳିତ ଭାବେ ହୀରା ଫେରାଇ ଆଣିବାରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ଗବେଷକ ଓ ଶ୍ରୀମନ୍ଦିର ସେବାୟତ । ଏହି ପୃଷ୍ଠଭୂମିରେ ବର୍ତ୍ତମାନ ଆମ ସରକାର ୨୦୧୬ ଅକ୍ଟୋବର ମାସ ୧୯ ତାରିଖରେ ବକିଂହାମ ପ୍ୟାଲେସ ଲେଖିଥିବା ଚିଠିର ନିଷ୍ପତ୍ତିକୁ ବଦଳାଇବା ଏବଂ ବ୍ରିଟେନ୍‌ ସରକାରଙ୍କୁ ହୀରା ଫେରାଇବାକୁ ଚିଠି ଲେଖିବାକୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ସେବାୟତ, ଐତିହାସିକମାନେ ଦାବି କରିଛନ୍ତି ।

Spread the love