ପ୍ରଦୀପ ପୁରୋହିତ ହେଲେ ବିଜେପି ପ୍ରାର୍ଥୀ, ୧୪ରେ ଭରିବେ ନାମାଙ୍କନ

ଭୁବନେଶ୍ୱର ୧୧।୧୧ : ପଦ୍ମପୁର ଉପନିର୍ବାଚନ ସଜବାଜ । ବିଜେପି ଘୋଷଣା କଲା ପ୍ରାର୍ଥୀ । ବିଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ହେଲେ ବିଜେପିର ପ୍ରାର୍ଥୀ । ଆସନ୍ତା ୧୪ ତାରିଖରେ ନାମାଙ୍କନ ଭରିବେ ପ୍ରଦୀପ ପୁରୋହିତ । ଏନେଇ ସୂଚନା ଦେଲେ ବିଜେପି ବିଧାୟିକା କୁସୁମ ଟେଟେ । ଖବର ଅନୁଯାୟୀ, ପଦ୍ମପୁରରେ ବିଜେଡି ବିଧାୟକଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ଆସନ । ଏହି ଆସନରେ ଉପନିର୍ବାଚନ ଲାଗି କିଛି ଦିନ ତଳେ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନର । ଏହିକ୍ରମରେ ଡିସେମ୍ବର ୫ରେ ପଦ୍ମପୁରରେ ଉପନିର୍ବାଚନ ହେବ । ଏଥିଲାଗି ନଭେମ୍ବର ୧୦ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ନଭେମ୍ବର ୧୮ରେ ପ୍ରାର୍ଥୀପତ୍ରର ହେବ ଯାଞ୍ଚ ହେବାକୁ ଥିବା ବେଳେ ନଭେମ୍ବର ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ । ଏହାପରେ ନଭେମ୍ବର ୨୧ରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ।

Spread the love