ହେତୁବାଦୀଙ୍କ ବିରୋଧରେ ଅଭିଯୋଗ

ହିନ୍ଦୁପ୍ରେମୀଙ୍କ ପକ୍ଷରୁ ବ୍ରହ୍ମପୁର ଏସ୍ପିଙ୍କ ନିକଟରେ ହେତୁବାଦିଙ୍କ ବିରୋଧରେ ଅଭିଯୋଗ । ହେତୁବାଦି ବି ରାମଚନ୍ଦ୍ର ଭୋଲଟାୟାରଙ୍କ ବିରୋଧରେ ଏକାଧିକ ହିନ୍ଦୁପ୍ରେମୀ, ସନ୍ୟାସ, ବଜରଙ୍ଗ ଦଳ ପକ୍ଷରୁ ଫେରାଦ ଦେବାକୁ ହୋଇଛନ୍ତି ଏକାଠି । ହିନ୍ଦୁ ଦେବାଦେବିଙ୍କୁ ଅପମାନ କରିଥିବା କାରଣରୁ ବ୍ରହ୍ମପୁର ଏସ୍ପିଙ୍କ ନିକଟରେ ଅଭିଯୋଗ । ବଡ଼ ଠାକୁରଙ୍କ ସହ ପ୍ରବାଦ ପୁରୁଷ ରାମଚନ୍ଦ୍ର ଏବଂ ଲଷ୍ମଣଙ୍କୁ ଅପମାନ କରିଥିଲେ ଏହି ହେତୁବାଦୀ ।

ଏମିତି କି ଠାକୁରଙ୍କୁ ଅପମାନ କରିବା ସାଙ୍ଗକୁ ଅଶ୍ଲୀଳ ଇଙ୍ଗିତ କରିବା କେବଳ ହିନ୍ଦୁ ଧର୍ମକୁ ଆକ୍ଷେପ କରିବାକୁ ନେଇ ଅଭିଯୋଗ ହୋଇଛି । ବ୍ରାହ୍ମଣ ସମାଜ, ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ ସହ କିଛି ସାଧାରଣ ଲୋକ ଏକାଠି ହୋଇ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏନେଇ ଜଣେ ଡିଏସ୍ପି ଅଫିସରଙ୍କୁ ଦାୟିତ୍ୱ ଦେଇ ତଦନ୍ତ କରାଯିବ । ତଦନ୍ତ ଅନୁଯାୟୀ ବ୍ରହ୍ମପୁର ପୋଲିସ ଆକ୍ସନ ନେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବ୍ରହ୍ମପୁର ଏସ୍ପି ।

Spread the love