ବିଜେପୁର ପାଇଁ ମୈଦାନକୁ ଆସିବେ ଧର୍ମେନ୍ଦ୍ର ପ୍ରଧାନ

ଆସନ୍ତାକାଲି ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ସକାଳ ୧୧ଟାରେ ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ତଳପାଲିଠାରେ ପହଂଚି ଏକ ସାଧାରଣ ସଭାରେ ଯୋଗଦେବେ । ପରେ ଶ୍ରୀ ପ୍ରଧାନ ଅପରାହ୍ନ ୧ଟାରେ ବିଜେପୁର ବ୍ଲକ ଲାଉମୁଣ୍ଡାଠାରେ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ସହ ରୋଡ ସୋ ରେ ସାମିଲ ହେବେ । ଶ୍ରୀ ପ୍ରଧାନ ରୋଡ ସୋ ମାଧ୍ୟମରେ ବିଜେପୁରବାସୀଙ୍କୁ ସନତଙ୍କ ପାଇଁ ଭୋଟ ମାଗିବେ ।

ଏହି ରୋଡ ସୋ ବିଜେପୁର ଏବଂ ବରପାଲି ବ୍ଲକର ପଥରଲା, ସାଇପାଲି, ମହୁଲପାଲି, ମହୁଲପାଲି ଛକ, ମାମା ଛକ, ଖରମୁଣ୍ଡା, ବୈରଖପାଲି ପର୍ଯ୍ୟନ୍ତ ଚାଲିବ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ସେହିପରି ଅପରାହ୍ନ ୪ ଟାରେ ବରପାଲି ବ୍ଲକ ଅଗଲପୁରଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏକ ସାଧାରଣ ସଭାରେ ଯୋଗ ଦେଇ ଜନମାନସଙ୍କୁ ସମ୍ବୋଧିତ କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

Spread the love