ସଇଁନ୍ତଲାରେ ମ୍ୟାଟ୍ରିକ ସମେଷ୍ଟିଭ ଆସିମେଣ୍ଟ ପରୀକ୍ଷା

ସଇଁନ୍ତଲା: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ବିଭିନ୍ନ ସ୍କୁଲରେ ଆଜି ଶାନ୍ତି ଶୃଙ୍ଖଳା ଭାବେ ଦଶମ ଶ୍ରେଣୀ ସମେଷ୍ଟିଭ ଆସିମେଣ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଉଛି। ବ୍ଲକର ୧୪ ଟି ସ୍କୁଲକୁ ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଲେ ୧୪ ଟି କେନ୍ଦ୍ରରେ ୧୮୫୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଥିବା ସୂଚନା ଦେଇଛନ୍ତି ସଇଁନ୍ତଲା ନୋଡାଲ ଅଧିକାରୀ ଅଶୋକ କୁମାର ପଧାନ। ନୋଡାଲ ଅଧିକାରୀଙ୍କ ନେତୃତ୍ୱରେ ପ୍ରଶ୍ନ ପତ୍ର ବଣ୍ଟନ ପାଇଁ ୩ଟି ଦଳ ଗଠନ କରାଯାଇଛି ଟିମ ସାହାଯ୍ୟର ପରୀକ୍ଷା କେନ୍ଦ୍ର ଗୁଡିକୁ ଠିକ ସମୟରେ ପ୍ରଶ୍ନ ପତ୍ର ପଠାଇ ଦିଆଯାଉଛି।କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ଶ୍ରୀଯୁକ୍ତ ପଧାନ କହିଛନ୍ତି।

Spread the love