ଶିଶୁ ସମନ୍ଵୟ ସମିତି କାର୍ଯ୍ୟାଳୟ ଆଗରେ ଅଙ୍ଗନୱାଡି କର୍ମୀଙ୍କ ଧାରଣା

ସଇଁନ୍ତଲା : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାର ଶିଶୁ ସମନ୍ଵୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଆଜି ସର୍ଵ ଓଡ଼ିଶା ମହିଳା ଅଙ୍ଗନୱାଡି କର୍ମଚାରୀ ସଂଘ ତରଫରୁ ବ୍ଲକ ସଭାପତି କୃଷ୍ଣଦରି ଚନ୍ଦନଙ୍କ ନେତୃତ୍ୱରେ ଏକ ସଭା ଆୟୋଜନ ହେବା ସହ ୮ ଦଫା ଦାବି ନେଇ ଧାରଣାରେ ବସିଥିଲେ।ଗତ ୨୧ ତାରିଖ ଦିନ ହଜାର ହଜାର ଅଙ୍ଗନୱାଡି କର୍ମୀ ମାନେ ଭୁବନେଶ୍ଵରରେ ତାଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନ କରିଥିଲେ ହେଲେ ରାଜ୍ୟ ସରକାର କର୍ଣ୍ଣପାତ କରିନଥିଲେ ପରେ ସଂଘର ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସବୁ ବ୍ଲକରେ ଅଙ୍ଗନୱାଡି କର୍ମୀ ଧାରଣା ଦେଇଥିବା ବେଲେ ସଇଁନ୍ତଲା ଶିଶୁ ସମନ୍ଵୟ ସମିତି କାର୍ଯ୍ୟଲୟ ସମ୍ଭୁଖରେ ୨୦୧୮ ମସିହାରେ ବହିଷ୍କୃତ ହୋଇଥିବା ଅଙ୍ଗନୱାଡି କର୍ମୀ ମାନଙ୍କୁ ପୁନହଃ ନିଯୁକ୍ତି ପ୍ରଦାନ , ଅଙ୍ଗନୱାଡ଼ି କର୍ମୀକୁ ସରକାରୀ କର୍ମଚାରୀର ମାନ୍ୟତା, ଅଙ୍ଗନୱାଡ଼ି କର୍ମୀକୁ ୧୮,୦୦୦ ଟଙ୍କା ଦରମା ସହ ସହାୟୀକା ମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ, ଶିକ୍ଷାଗତ ଯୋଗ୍ୟତା ଆଧାରରେ ବୟସ ସୀମା ନ ରଖି ଅଙ୍ଗନୱାଡି କର୍ମୀଙ୍କୁ ଶିକ୍ଷୟତ୍ରୀ ମାନ୍ୟତା ଓ ଯୋଗ୍ୟତା ଆଧାରରେ ପୋଦୋନ୍ନତି କରାଯାଉ ବୋଲି ଦାବି କରିଥିଲେ। କାର୍ଯ୍ୟକ୍ରମରେ ମଞ୍ଜୁ ରଣା, ସତ୍ୟବତୀ ବେଚ, ମଞ୍ଜୁ ବେହେରା, ଦିପାଞ୍ଜଳି ଛତ୍ରିଆ, ତରୁଲୟ ପୁରୋହିତ, ସଚିତା ସୁନା, ଗୋଲାପି ସରାଫ, ପଦ୍ମା ବେହେରା, ଚମ୍ପେଶ୍ୱର୍ ପଟେଲ, ମଞ୍ଜୁ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।

Spread the love