ଆଡଭାନ୍ସ ନେଇ କାମ ହୋଇପାରିଲାନି , ୪ ପିଲା ଓ ସ୍ତ୍ରୀ ସହ ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ

ଆର୍ଥିକ ଅନଟନ ଲାଗି ରହିଥିଲା । ଏହା ସାଙ୍ଗକୁ କାମ ବି ଠିକ ଚାଲିନଥିଲା । କନଷ୍ଟ୍ରକ୍ସନ୍ କାମ ପାଇଁ ଲୋକଙ୍କଠାରୁ ଆଡଭାନ୍ସ ଆଣିଥିଲେ ବି କାମ ଠିକ୍ ସମୟରେ କରିପାରିନଥିଲେ । କି ଆଡଭାନ୍ସ ବି ଫେରାଇପାରିନଥିଲେ । ଫଳରେ ମାନସିକ ଚିନ୍ତାରେ ରହି ପ୍ରଥମେ ନିଜ ସ୍ତ୍ରୀ ଓ ୪ ପିଲାଙ୍କୁ ବିଷ ଦେବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି ଠିକାଦାର । ଏପରି ଘଟଣା ଘଟିଛି ଭୋପାଳ ବୈରାଗଡ କଲାଗାଓଁରେ । ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବା ପୂର୍ବରୁ ଠିକାଦାର କିଶୋର ଜାଟବ ତାଙ୍କ ଭଣଜାକୁ ଫୋନ କରି ସବୁ କଥା ଜଣାଇଥିଲେ । ଯାହାର ତୁରନ୍ତ ଖବର ଯାଇ ଟୋଲ ଫ୍ରି ନମ୍ବର ୧୦୦ରେ ପହଞ୍ଚିଥିଲା । ଗୁରୁତର ଅବସ୍ଥାରେ କିଶୋର ଜାଟବ ଓ ତାଙ୍କ ପରିବାର ଲୋକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ କିଶୋରଙ୍କ ସହ ସମସ୍ତ ପରିବାର ସଦସ୍ୟ ବିପଦ ବାହାରେ ଅଛନ୍ତି ବୋଲି ଡାକ୍ତର କହିଛନ୍ତି ।

Spread the love