ସରପଞ୍ଚଙ୍କ ବେଆଇନ ବାଲି ଟ୍ରାକ୍ଟର ଧରିଲେ ତହସିଲଦାର

ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଲାଚୁଟ ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଳାଣ ହେଉଥିବା ନେଇ ସ୍ଥାନୀୟ ତହସିଲଦାର ମନସିଫିଲ କେରକେଟା ଖବର ପାଇବା ପରେ ଆରଆଇ ଅଶ୍ୱନୀ କୁମାର ଜାଲ ଙ୍କ ସହ ଲାଚୁଟ ଗାଁ କୁ ପହଁଚି

ଦୁଇଟି ଟ୍ରାକ୍ଟର କୁ ଜବତ କରିଥିଲେ l ଟ୍ରାକ୍ଟର ମାଲିକ ତଥା କେରମେଲି ସରପଞ୍ଚ ଅଶୋକ ସାହୁ ଓ ପୂର୍ଣ୍ଣ ଚନ୍ଦ୍ର ଦୋରା ଦୁହେଁ ଙ୍କ ଠାରୁ 30 ହଜାର ଟଙ୍କା ଫାଇନ ଆଦାୟ କରିବା ପରେ ଟ୍ରାକ୍ଟର ଛାଡି ଦେଇଥିବା ସୂଚନା ମିଳିଛି l

Spread the love