ଓଟିଇଟି ମୂଲ୍ୟାଙ୍କନକୁ ନେଇ ଗର୍ଜିଲେ ଶିକ୍ଷକ, ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ ସମ୍ମୁଖରେ ଧାରଣା

ସ୍ପେଶାଲ ଓଟିଇଟି ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ ହୋଇଛି। ରି ଚେକିଂ ଦାବିରେ ବୋର୍ଡ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ । ଗତ ଅଗଷ୍ଟ ୨୯ରେ ବୋର୍ଡ ପକ୍ଷରୁ ସ୍ପେଶାଲ ଓଟିଇଟି ପରୀକ୍ଷା କରାଯାଇଥିଲା । ଏହାର ପରୀକ୍ଷା ଫଳ ପ୍ରକାଶ ପାଇଛି । ଯେଉଁଥିରେ ଅଧାରୁ ଅଧିକ ଶିକ୍ଷକ ପାସ କରିପାରି ନାହାନ୍ତି । ଶିକ୍ଷକମାନଙ୍କର ଦାବି ରହିଛି ଯେ ଗ୍ରେସ ମାର୍କ ଦିଆଯାଉ କିମ୍ବା ପାସ ମାର୍କ କମାଯାଉ। ହେଲେ ବୋର୍ଡ କର୍ତ୍ତୃପକ୍ଷ ଏହାକୁ ଶୁଣୁ ନାହାନ୍ତି। ସରକାରଙ୍କ ବିନା ନିର୍ଦ୍ଦେଶ ଓ ଅନୁମତିରେ ଗୋଟିଏ ବି ମାର୍କ ବଢ଼ା ଯାଇ ପାରିବନି ବୋଲି ବୋର୍ଡ ପକ୍ଷରୁ ସଫା ସଫା ଶୁଣାଇ ଦିଆଯାଇଛି। ଗତ ୩ ଦିନ ହେଲାଣି ନିଜ ଦାବି ନେଇ ହଜାର ହଜାର ଶିକ୍ଷକ ବୋର୍ଡ ଅଫିସ୍‌ ସାମନାରେ ରୁଣ୍ଡ ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ବୋର୍ଡ କର୍ତ୍ତୃପକ୍ଷ କିନ୍ତୁ କିଛି ଶୁଣିବା ପରିସ୍ଥିତିରେ ନାହାନ୍ତି। ବୋର୍ଡ ସଭାପତିଙ୍କ ସହ ଆଲୋଚନା ବି ସଫଳ ହୋଇନି।ତେଣୁ ଆଗାମୀ ଦିନରେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ଶିକ୍ଷକଶିକ୍ଷୟିତ୍ରୀ

Spread the love