ପ୍ରଶାନ୍ତ ଜଗଦେବଙ୍କ ତେରଛା ବାଣ, ନାଁ ନନେଇ ପୂର୍ବତନ ବିଧାୟକ ରଘୁ ସାହୁଙ୍କ ଆଡକୁ କଲେ ଇଙ୍ଗିତ

ବାଣପୁରରେ ଗାଡି ଚଢ଼ାଇ ବିବାଦରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ମକର ସଂକ୍ରାନ୍ତିରେ ମନ୍ଦିର ମନ୍ଦିର ବୁଲିବା ସହ ତେରେଛା ବାଣ ମାରିଛନ୍ତି । ନାଁ ନନେଇ କହିଛନ୍ତି, ବିଜେଡି ଓ ତାଙ୍କ ବିରୋଧରେ ପୂର୍ବତନ ବିଧାୟକ ରଘୁ ସାହୁ ଷଡଯନ୍ତ୍ର କରୁଛନ୍ତି । ମଦ ଓ ଟଙ୍କା ବାଣ୍ଟି ଜାଣିଶୁଣି ବିଜେପି ଲୋକଙ୍କ ମତାଇ ଗଣ୍ଡଗୋଳ କରାଉଛନ୍ତି । ଯାହାର ସେ ପ୍ରଥମ ଶିକାର ହୋଇଛନ୍ତି ।

ତେବେ ସେ ପୁଣି ଥରେ ନିର୍ବାଚନ ଲଢ଼ିବେ ଓ ବିଜୟୀ ହେବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି । ଦଳରୁ ତାଙ୍କୁ ନିଲମ୍ବନ କରାଯିବା ପ୍ରସଙ୍ଗରେ କହିଛନ୍ତି, ଏହା ଭିତରେ ୬ମାସ ହେଲାଣି, ଆଉ କିଛି ଦିନ ଗଲେ ଆପେ ଆପେ ନିଲମ୍ବନ ଆଦେଶ ଉଠିଯିବ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ନିଷ୍ପତି ନେବେ ତାକୁ ଗ୍ରହଣ କରିବେ । ଗତବର୍ଷ ବାଣପୁର ବ୍ଲକ ନିକଟରେ କିଛି ଲୋକଙ୍କ ଉପରେ ଗାଡି ଚଢ଼ାଇ ଦେଇଥିଲେ ପ୍ରଶାନ୍ତ ଜଗଦେବ । ଗାଡି ଚଢ଼ାଇ ଦେବା ପରେ ତାଙ୍କୁ ଜେଲ ଯିବାକୁ ପଡିଥିଲା । ଦଳ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି ।

Spread the love