ଆରମ୍ଭ ହେଲା ଝାରସୁଗୁଡ଼ା ବିଧାନସଭା ଆସନ ଉପ ନିର୍ବାଚନ ପାଇଁ ପ୍ରକ୍ରିୟା

ଆରମ୍ଭ ହେଲା ଝାରସୁଗୁଡ଼ା ବିଧାନସଭା ଆସନ ଉପ ନିର୍ବାଚନ ପାଇଁ ପ୍ରକ୍ରିୟା। ବିଧାୟକ ନବ କିଶୋର ଦାସଙ୍କର ଦେହାନ୍ତ ହୋଇଛି। ଏନେଇ ନିର୍ବାଚନ ଆୟୋଗଙ୍କୁ ବିଧାନସଭା ପକ୍ଷରୁ ବିଧିବଦ୍ଧ ଭାବେ ଅବଗତ କରାଯାଇଛି।ଝାରସୁଗୁଡ଼ା ଆସନ ଖାଲି ପଡ଼ିଥିବାରୁ ଖୁବଶୀଘ୍ର ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇପାରେ । ସେପଟେ ସ୍ୱର୍ଗତ ନବ କିଶୋର ଦାସଙ୍କ ପରିବାରକୁ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଭେଟି ସମବେଦନା ଜଣାଇଛନ୍ତି ।

Spread the love