କେନ୍ଦ୍ର ବଜେଟରୁ‌ ଅଧିକ ଆଶା କରୁଛି ଓଡ଼ିଶା

କେନ୍ଦ୍ର ବଜେଟରୁ ଓଡ଼ିଶା ମଧ୍ୟ ଅନେକ ଆଶା ରଖିଛି । ଫୋକସ ଷ୍ଟେଟ୍‌ ମାନ୍ୟତା ଦେଇ ଅଧିକ ଅନୁଦାନ, ଆବାସରେ ଅଧିକ ଘର, ନିର୍ମାଣାଧିନ ରେଳ ପ୍ରକଳ୍ପକୁ ଅଧିକ ଅନୁଦାନ ସହ ନୂଆ ରେଳ ପ୍ରକଳ୍ପ ଆଶା କରାଯାଉଛି । ବଜେଟରେ ରେଳବାଇ ପାଇଁ ଓଡ଼ିଶା ୮ହଜାର ୪୦୦ କୋଟି ଟଙ୍କା ଦାବି କରିଛି । ବିଭିନ୍ନ ପୁରୁଣା ଓ ନୂଆ ରେଳପଥ ନିର୍ମାଣ, ଷ୍ଟେସନ ଉନ୍ନତିକରଣ, ପ୍ରଚଳିତ ଟ୍ରେନର ସମ୍ପ୍ରସାରଣ, ନୂଆ ଟ୍ରେନ୍‌ ଚଳାଚଳ, ଯାତ୍ରୀ ସୁବିଧା, ରେଳ ଆଧାରିତ ଶିଳ୍ପ ପ୍ରତିଷ୍ଠା ଆଦି ପାଇଁ ଅନୁଦାନ ଦାବି କରାଯାଇଛି ।ଖୋର୍ଦ୍ଧା-ବଲାଙ୍ଗିର ପାଇଁ ୧୨ଶହ କୋଟି, ତାଳଚେର-ବିମଳାଗଡ଼ ପାଇଁ ୮୦୦ କୋଟି, ଗୋପାଳପୁର-ରାଇରାଖୋଲ ପାଇଁ ୨୦୦ କୋଟି, ନୂଆପଡ଼ା-ଗୁଣୁପୁର ନୂଆ ବିଜି ରେଳ ଲିଙ୍କ ଥେରୁବାଲି ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ୩୦୦ କୋଟି, ପୁରୀ-କୋଣାର୍କ ନୂଆ ଲାଇନ୍‌ ପାଇଁ ଶହେ କୋଟି, ତାଳଚେର-ଅନୁଗୋଳ ପାଇଁ ଶହେ କୋଟି ଦେବାକୁ ଦାବି କରିଛି ଓଡ଼ିଶା । ପ୍ରତିବର୍ଷ ଓଡ଼ିଶାରୁ ରେଳବାଇ ନେଉଛି ୨୦ହଜାର କୋଟିରୁ ଅଧିକ ଟଙ୍କାର ରାଜସ୍ୱ ।

Spread the love