ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଦ୍ୱିତୀୟ ଭାରତୀୟ ରାଇସ କଂଗ୍ରେସକୁ ଉଦଘାଟନ କରିବେ

ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ କଟକ ଗସ୍ତରେ ମହାମହିମ । କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଦ୍ୱିତୀୟ ଭାରତୀୟ ରାଇସ କଂଗ୍ରେସକୁ ଉଦଘାଟନ କରିବେ ମହାମହିମ । ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦ ରୁ ଅଧିକ ପୋଲିସ ଅଫିସର ନିୟୋଜିତ ହୋଇଛନ୍ତି । ୪ ଦିନ ଧରି ଚାଲିବାକୁ ଥିବା ଭାରତୀୟ ରାଇସ କଂଗ୍ରେସରେ ଦେଶ ବିଦେଶର ୩୫୦ ରୁ ଅଧିକ କୃଷି ବୈଜ୍ଞାନିକ ଯୋଗ ଦେବେ ।

ଏହି ରାଇସ କଂଗ୍ରେସରେ ଭାରତ ସହ ସାରା ବିଶ୍ୱରେ ଧାନ ଗବେଷଣା କ୍ଷେତ୍ରରେ ବିକାଶ, ଜାତୀୟ ଖାଦ୍ୟ ନିରାପତା, ବିଶ୍ୱ ଖାଦ୍ୟ ସଙ୍କଟ, ପରିବର୍ତନଶୀଳ ଜଳବାୟୁରେ ଧାନ ଉତ୍ପାଦନ ବୃଦ୍ଧି ଉପରେ ବିଚାର ବିମର୍ଶ କରାଯିବ । ନୂଆ ଜ୍ଞାନ କୌଶଳରେ କମ ଖର୍ଚ୍ଚରେ କିଭଳି ଅଧିକ ଧାନ ଅମଳ କରାଯିବ ଏବଂ କୃଷକର ଆୟ ବୃଦ୍ଧି ହୋଇପାରିବ ସେ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

Spread the love