ଶେଷ ରାତିରେ ଜମିଲା ଖଣ୍ଡଗିରି ଯାତ୍ରା

ଭୁବନେଶ୍ୱର : ସରିଲା ଖଣ୍ଡଗିରି ମେଳା । ପୁଣି ଆରବର୍ଷକୁ ଅପେକ୍ଷା । ଆଜିଠୁ ମଞ୍ଚ ଅନ୍ଧାର । ଶୂନଶାନ ଖଣ୍ଡଗିରି । ଆଉ ଝଲସିବନି ଚିକିମିକି ଲାଇଟ୍‌। ରଙ୍ଗୀନ୍‌ ହେବନି ମଞ୍ଚ କି ମତୁଆଲା ହେବେନି ଦର୍ଶକ। ଦୀର୍ଘ ୧୦ଦିନ ଧରି ଚାଲିଥିଲା ଖଣ୍ଡଗିରି ଯାତ୍ରା । ଚଳିତ ବର୍ଷ ରେକର୍ଡ ଭାଙ୍ଗିଲା ତୁଳସୀ ଗଣନାଟ୍ୟ। ୪ ଦିନ ରେ ୬୪ ଲକ୍ଷ ବ୍ୟବସାୟ କରିଛି ତୁଳସୀ ଅପେରା । ଦୁଇ ଦିନ ଡବଲ ଶୋ କରି ଦର୍ଶକଙ୍କୁ ବାନ୍ଧି ରଖିଲା ତୁଳସୀ । କାଲି ଶେଷ ରଜନୀ ରେ ପରିବେଷଣ ହୋଇଥିଲା ‘ଅଧା ରାତିର ସାଥୀ’। ପାରିବାରିକ କାହାଣୀ ଉପରେ ଆଧାରତ ଏହି ଅପେରା ଦର୍ଶକ ମାନଙ୍କୁ କନ୍ଦାଇ ଖିଥିଲା । ତୁଳସୀର ସମସ୍ତ କଳାକାର ଜୀବନ୍ତ ଅଭିନୟ କରିଥିଲେ । ବହିର ହିରୋ ଓ ଅଲରାଉଣ୍ଡର ପୀୟୂଷ ଙ୍କ ଅଭିନୟ ଖୁବ୍ ଚମତ୍କାର ଥିଲା। ସେପଟେ ୫୪ ଲକ୍ଷ ଟଙ୍କାର ବ୍ୟବସାୟ ଦେଲା ଆପଣଙ୍କ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଜୀବନ ଉପରେ ଆଧାରତ ବହି “ଘୋଡା ହାତୀ ଗଣ୍ଡା ଗଣ୍ଡା ଏକା ଲଢିବ ରାଣୀ ପଣ୍ଡା”। ସରିଛି ଖଣ୍ଡଗିରୀ ଯାତ୍ରା ୭ ଦିନ ଧରି ଗୋଟିଏ ବହି କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ ରାଣୀ।

ପ୍ରତିଦିନ ଯାତ୍ରା ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହେଉଥିଲା । ଏଥର ସମସ୍ତ ପାର୍ଟିକୁ ଅନେକ ଭଲ ପାଇବା ଦେଇଛନ୍ତି ଦର୍ଶକ । ସବୁ ଅପେରା ୫୦ଲକ୍ଷରୁ ଅଧିକ ଲେଖାଏ ବ୍ୟବସାୟ କରିଛନ୍ତି । ଦୀର୍ଘ ୧୦ଦିନ ଧରି ଦର୍ଶକଙ୍କ ବାନ୍ଧି ରଖିଥିଲେ କଳାକାର । ଦୀର୍ଘ ଦୁଇବର୍ଷ ପରେ ଯାତ୍ରା ଦେଖି ମତୁଆଲା ହୋଇଛନ୍ତି ରାଜଧାନୀବାସୀ । ଗତକାଲି ଯାତ୍ରାର ଶେଷ ରାତି ଥିବାରୁ ଲୋକଙ୍କ ପ୍ରବଳ ସମାଗମ ହୋଇଥିଲା।

Spread the love