କଟକରୁ ଧରାପଡିଥିବା ଆତଙ୍କବାଦୀ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ

କଟକରୁ ଧରାପଡିଥିବା ଆତଙ୍କବାଦୀ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ। ଆତଙ୍କବାଦୀ ଷଡଯନ୍ତ୍ରରେ ଲିପ୍ତ ଥିବା ଅଭିଯୋଗରେ ରେହମାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ। ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, କଟକରୁ ଗିରଫ ହୋଇଥିବା ଅବଦୁର ରେହମାନ ବେଆଇନ୍ ଭାବେ ପାକିସ୍ତାନ ଗସ୍ତ କରିଥିଲେ। ସେଠାରେ ରହି ଆତଙ୍କବାଦୀ ଟ୍ରେନିଂ ନେଇଥିଲେ।

ଭାରତ ବିରୋଧରେ ଆତଙ୍କବାଦୀ ଷଡଯନ୍ତ୍ର କରିବା ଅଭିଯୋଗରେ ୨୦୧୫ରେ ଦିଲ୍ଲୀ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା । ସେମାନେ ହେଲେ ମହମ୍ମଦ ଆସିଫ, ମହମ୍ମଦ ଅବଦୁର ରେହମାନ, ଜାଫର ମାସୁଦ ଏବଂ ଅବଦୁଲ ସାମି। ଅବଦୁର ରେହମାନକୁ କଟକ ସାଲେପୁର ପଶ୍ଚିମକଛ ସାତବାଟିଆ ଗାଁରୁ ଗିରଫ କରାଯାଇଥିଲା। ଏହି ଘଟଣା ସେତେବେଳେ ସମସ୍ତ ଅଞ୍ଚଳବାସୀ ଓ ରାଜ୍ୟବାସୀଙ୍କୁ ଚକିତ କରିଥିଲା।

ବେଆଇନ ମଦ୍ରାସା ଚଳାଇବା , ଅସ୍ତ୍ରଶସ୍ତ୍ର ତାଲିମ ଦେବା ଓ ଉତ୍ତେଜନା ପ୍ରବଣ ଭାଷଣ ଦେବା ଆଦିର ପ୍ରମାଣ ସେତେବେଳେ ପୋଲିସ ହାତରେ ଲାଗିଥିଲା।ବାରମ୍ବାର ଅବଦୁରକୁ NIA ଦିଲ୍ଲୀ ପୋଲିସ ସହାୟତାରେ ରିମାଣ୍ଡରେ ନେଇ ତଦନ୍ତ କରିସାରିଛି। ତେବେ ବିଚାରଧୀନ କଏଦୀ ଭାବେ ଅବଦୂର ଚୌଦ୍ୱାର ଜେଲରେ ସଜ୍ଜା କାଟୁଥିବା ବେଳେ ଗତ ୨୦୨୦ ଜୁନ ୧୫ ତାରିଖରେ ମାଆଙ୍କ ଦେହାନ୍ତ ହୋଇଥିଲା।

ମାଆର ଶୁଦ୍ଧିକ୍ରିୟାରେ ସାମିଲ ହେବାକୁ ଅବଦୂରର ପରିବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଜାମିନ ଆବେଦନ କରିଥିଲେ । କୋର୍ଟ ଜାମିନ
ଆବେଦନକୁ ଖାରଜ କରି ମାତ୍ର ୪ ଘଣ୍ଟାର ପାରୋଲ ଆସିବା ପାଇଁ ଅନୁମତି ଦେଇଥିଲେ।

Spread the love