ଭୁବନେଶ୍ୱର ମହାନଗର ନିଗମର ନୂଆ ଠିକଣା, ବିଏମସି ICOMC ଟାଓ୍ଵାରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ମହାନଗର ନିଗମର ନୂଆ ଠିକଣା ସତ୍ୟନଗରର ବିଏମସି ICOMC ଟାଓ୍ଵାର । ନୂତନ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୨ ମହଲା ବିଶିଷ୍ଟ ଏହି ଟାଓ୍ଵାରରେ ସ୍ମାର୍ଟ ସିଟି ଅଫିସ କାର୍ଯ୍ୟ ଚାଲିବ । ପ୍ରଥମ ମହଲାରୁ ପଞ୍ଚମ ମହଲା ପର୍ଯ୍ୟନ୍ତ ବିଏମସିର କାର୍ଯ୍ୟାଳୟ ରହିବ ।ଏହି ଅବସରରେ ବିଏମସିର ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଯୋଗ ଦେଇ ସଫା ଆପକୁ ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ । ସଫା ଆପ୍‌ ମାଧ୍ୟମରେ ରାଜଧାନୀବାସୀଙ୍କ ପରିମଳ ଜନିତ ସମସ୍ୟା ଦୂର କରିବ । କାର୍ଯ୍ୟକ୍ରମ ଶେଷରେ ମୁମନ୍ତ୍ରୀଙ୍କ ସହ କର୍ପୋରେଟର, ବିଧାୟକ,ମନ୍ତ୍ରୀଙ୍କ ଫଟୋ ସୁଟ୍‌ ହୋଇଥିଲା ।

Spread the love