News ବାଣିଜ୍ୟ ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ February 16, 2023 Satya business, two-days-odisha-tour-of-nirmala-sitharaman ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ପୋଷ୍ଟ ବଜେଟ ଆଲୋଚନାରେ ଯୋଗ ଦେବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଭୁବନେଶ୍ବର ଆସି ପହଞ୍ଚିଛନ୍ତି। ଆସନ୍ତାକାଲି ସେ ହୋଟେଲ ‘ମେ ଫେୟାର’ରେ ଆୟୋଜିତ ପୋଷ୍ଟ ବଜେଟ ଆଲୋଚନା ଚକ୍ରରେ ଭାଗ ନେବେ ନିର୍ମଳା ସୀତାରମଣ। ପରେ ପରେ ଖୋର୍ଦ୍ଧା ଅରୁଗୁଳସ୍ଥିତ ଆଇଆଇଟିରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବେ।ଆଜି ସନ୍ଧ୍ୟାରେ ଭୁବନେଶ୍ବର ବିମାନବନ୍ଦରରେ ନିର୍ମଳା ସୀତାରମଣଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ବିଜେପି ନେତା ତାଙ୍କୁ ସ୍ବାଗତ କରିଛନ୍ତି। Post Views: 8,994 Spread the love