ହୁତୁ ହୁତୁ ହୋଇ ରାସ୍ତାରେ ଜଳିଗଲା କାର

ଚଳନ୍ତା କାରରେ ନିଆଁ। ହୁତୁ ହୁତୁ ହୋଇ ରାସ୍ତାରେ ଜଳିଗଲା କାର। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ବାଲିପାଟଣା ଠାରେ ଚଳନ୍ତା କାରରେ ହଠାତ ନିଆଁ ଲାଗିଥିଲା । ଗାଡି ମାଲିକ ନିଜେ ଗାଡି ଚଳାଇ ଯାଉଥିବା ବେଳେ ହଠାତ ଗାଡ଼ିରେ ନିଆଁ ଲାଗିଯିବାରୁ ସେ ତୁରନ୍ତ ଗାଡ଼ିରୁ ବାହାରି ଯାଇଥିଲେ। ଫଳରେ ଅଳ୍ପକେ ବଡ଼ ଧରଣର ଅଘଟଣରୁ ବର୍ତ୍ତିଯାଇଥିଲେ। ଗାଡ଼ି ମାଲିକଙ୍କ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ହୋଇଥିବା ବେଳେ ସେ ପାରାଦୀପରେ ଚାକିରି କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ତେବେ ନିଆଁ ଲାଗି କାର ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି। ସର୍ଟ ସର୍କିଟ କାରଣକୁ ନିଆଁ ଲାଗିଥିବା ଜଣାପଡ଼ିଛି।

Spread the love