ଝାଡ଼ଖଣ୍ଡ ହାଇକୋର୍ଟରେ ମୁଖ୍ୟ ବିଚାରପତି ହେବେ ଓଡ଼ିଆ ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର

ଝାଡ଼ଖଣ୍ଡ ହାଇକୋର୍ଟରେ ମୁଖ୍ୟ ବିଚାରପତି ହେବେ ଓଡ଼ିଆ ବିଚାରପତି। ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଝାଡ଼ଖଣ୍ଡ ହାଇକୋର୍ଟରେ ମୁଖ୍ୟ ବିଚାରପତି ହେବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଏ ନେଇ ଟ୍ୱିଟ କରିବା ସହିତ ଜଷ୍ଟିସ ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୁପ୍ରିମକୋର୍ଟଙ୍କ କଲେଜିୟମ ଗତ ଡିସେମ୍ବର ୧୩ ତାରିଖରେ ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କ ନାମକୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ସୁପାରିଶ କରିଥିଲେ। ଜଷ୍ଟିସ ମିଶ୍ର ଓଡିଶା ହାଇକୋର୍ଟର ମୂଳ ବିଚାରପତି ହୋଇଥିବା ବେଳେ ଏବେ ସେ ଉତ୍ତରାଖଣ୍ଡ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି।

୧୯୬୧ ମସିହା ଡିସେମ୍ବର ୨୯ ରେ ବଲାଙ୍ଗୀରରେ ଜନ୍ମିତ ଜଷ୍ଟିସ ମିଶ୍ର ୧୯୯୯ ମସିହାରେ ଅତିରିକ୍ତ ଜିଲ୍ଲା ଜଜ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୦୯ ଅକ୍ଟୋବର ୭ ତାରିଖରେ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଯୋଗ ଦେଇଥିଲେ। ୨୦୨୧ ଅକ୍ଟୋବର ୧୧ ରେ ଜଷ୍ଟିସ ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି କରାଯାଇ ଥିଲା। ଜଷ୍ଟିସ ମିଶ୍ର ଓଡିଶା ହାଇକୋର୍ଟର ମୂଳ ବିଚାରପତି ହୋଇଥିବା ବେଳେ ଏବେ ସେ ଉତ୍ତରାଖଣ୍ଡ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ୧୯୬୧ ମସିହା ଡିସେମ୍ବର ୨୯ ରେ ବଲାଙ୍ଗୀରରେ ଜନ୍ମିତ ଜଷ୍ଟିସ ମିଶ୍ର ୧୯୯୯ ମସିହାରେ ଅତିରିକ୍ତ ଜିଲ୍ଲା ଜଜ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୦୯ ଅକ୍ଟୋବର ୭ ତାରିଖରେ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଯୋଗ ଦେଇଥିଲେ। ୨୦୨୧ ଅକ୍ଟୋବର ୧୧ ରେ ଜଷ୍ଟିସ ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି କରାଯାଇ ଥିଲା।

Spread the love