କୁହାଳିଆ କଥା ଛାଡି ତଥ୍ୟଭିତ୍ତିକ ଯୁକ୍ତି କରନ୍ତୁ ସସ୍ମିତ ପାତ୍ର : ମୁକେଶ ମହାଲିଙ୍ଗ

ଭୁବନେଶ୍ୱର, ଫେବୃୟାରୀ ୧୭ :କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟକୁ ଭଲ ଭାବେ ନଦେଖି ବୟାନ ଦେବା ବିଜୁ ଜନତା ଦଳର ପୁରୁଣା ଅଭ୍ୟସ। ତେଣୁ କୁହାଳିଆ କଥା ଛାଡି ସସ୍ମିତ ପାତ୍ର ତଥ୍ୟଭିତ୍ତିକ ଯୁକ୍ତି କରନ୍ତୁ ବୋଲି କହିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ।

ଯଦି ଆପଣଙ୍କ ପାଖରେ ଠିକ୍ ତଥ୍ୟ ଅଛି ରାଜ୍ୟବାସୀଙ୍କ ସାମ୍ନାକୁ ଆଣନ୍ତୁ। ମିଛର ପ୍ରହେଳିକା ସୃଷ୍ଟି ନକରି ସତ୍ୟର ଉଜାଗର କରନ୍ତୁ। ପଞ୍ଚାୟତ ନିର୍ବାଚନରେ ଭଲ ଭୋଟ୍ ପାଇଛି ବୋଲି ବିଜେଡି ଯେଉଁ ଗର୍ବ କରୁଛି, ତାହାହେଲେ ବିଜେପି ଏକାନବେ ଲକ୍ଷ ଭୋଟ୍ ପାଇଥିବା କଣ ମିଛ ? ତେଣୁ ହତାଶ ଆଡକୁ କିଏ ଗତି କରୁଛି ରାଜ୍ୟବାସୀ ଜାଣିଲେଣି। ଓଡ଼ିଶାର ନବଜାତ ଶିଶୁ ଓ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିବା ତଥ୍ୟ କଣ ଭୁଲ କି ?

ଓଡ଼ିଶାର ୧୯ ପ୍ରତିଶତ ଶିଶୁଙ୍କର କମ ଓଜନ ଥିବା ବେଳେ ୩୧ ପ୍ରତିଶତ ଶିଶୁ ପୁଷ୍ଟିହୀନତାର ଶିକାର । ୧୮ ପ୍ରତିଶତ ଶିଶୁଙ୍କର ଉଚ୍ଚତା କମ୍ । ସେହିପରି ୬୦ ପ୍ରତିଶତରୁ ଅଧିକ ଶିଶୁ ଓ ମହିଳା ରକ୍ତହୀନତାର ଶୀକାର ନା ନାହିଁ ସସ୍ମିତ ବାବୁ ତାହା ସ୍ପଷ୍ଟ କରିବେ କି ? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଧ୍ୟାନ କରି ତଥ୍ୟ ଆଧାରରେ ଏ କଥା କହିଛନ୍ତି । ସସ୍ମିତ ବାବୁ ଆପଣ ନିଜେ ଆପଣଙ୍କ ସରକାରର ତଥ୍ୟକୁ ଭଲଭାବେ ଅନୁଧ୍ୟାନ କରନ୍ତୁ । ଆମେ ଜାଣିଛୁ ଆପଣ, ନିଜ ଦଳର ମୁଖିଆଙ୍କୁ ଖିସି କରିବା ପାଇଁ ଏପରି ବକ୍ତବ୍ୟ ଦେଉଛନ୍ତି । ଦିଅନ୍ତୁ ମନା ନାହିଁ, କିନ୍ତୁ ରାଜ୍ୟବାସୀଙ୍କୁ ସତ ଜଣାଇବାର ସତସାହତ ରଖନ୍ତୁ ।

Spread the love