ଫାଇନାନ୍ସ କମ୍ପାନୀଠୁ ଲୁଟିଲେ ୪୦ ଲକ୍ଷ, ଧରା ପଡ଼ିଗଲେ ଯୁବକ
ଫେକ୍ ଆକାଉଣ୍ଟ ଖୋଲି ଫାଇନାନ୍ସ କମ୍ପାନୀଠୁ ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ବାନ୍ଧିଲା ନୟାଗଡ଼ ପୁଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ପୁରୀ ଜିଲା ଡେ଼ଲାଙ୍ଗ ଥାନା ଟୋଲାପଡା ଗାଁର ପ୍ରବୀର କୁମାର ସେନାପତି। ସୂଚନା ଅନୁସାରେ, ପ୍ରବୀର ସୁର୍ଯ୍ୟଉଦୟ ଫାଇନାନ୍ସ କମ୍ପାନୀ ନୟାଗଡ ଶାଖାରେ କାମ କରୁଥିଲେ। ତେବେ କିଛି ମାସ ପୂର୍ବେ ସେ ଚାକରି ଛାଡ଼ି ଦେଇଥିଲେ। ହେଲେ ଫାଇନାନ୍ସ କମ୍ପାନୀର ଆକାଉଣ୍ଟ ଖୋଲିବାର ପାସୱାର୍ଡ ଓ ଆକ୍ସେସ ତାଙ୍କ ପାଖରେ ଥିଲା। ପ୍ରବୀର ଏହାର ଫାଇଦା ଉଠାଇଥିଲେ। ଏହି ପାସୱାର୍ଡ ଓ ଆକ୍ସେସକୁ ବ୍ୟବହାର କରି ଫାଇନାନ୍ସ କମ୍ପାନିର ୮ଟି ଫେକ୍ ଆକାଉଣ୍ଟ ତିଆରି କରି ୪୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ l ପରେ ଉକ୍ତ ୪୦ ଲକ୍ଷକୁ ତାଙ୍କ ନୟାଗଡ଼ ଆକ୍ସସି ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ।