ଦୀପ ନିଆଁ ଲାଗି ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧୀନ ବଡ଼ଦୋଡ଼ଙ୍ଗା ଗ୍ରାମରେ ଆଜି ଦୀପନିଆଁରେ ପୋଡ଼ି ହୋଇ ରୀତା ପରିଡ଼ା (୩୮) ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତି। ଜିତୁକୃଷ୍ଣ ପରିଡ଼ାଙ୍କ ପତ୍ନୀ ରୀତା ଆଜି ସକାଳେ ଗ୍ରାମର ଶିବମନ୍ଦିରକୁ ଜାଗର ପୂଜା ପାଇଁ ଯାଇଥିଲେ। ଏହି ସମୟରେ ଅସାବଧାନତାବଶତଃ ତାଙ୍କ ଶାଢ଼ି ଏକ ଦୀପର ନିଆଁ ସଂସ୍ପର୍ଶରେ ଆସିଯାଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Spread the love