ଯଦି ମୁଁ ଅପରାଧୀ, ତେବେ ମୋ ନାଁରେ ଚାର୍ଜସିଟ୍ କରନ୍ତୁ : ଜୟନାରାୟଣ

ଶୂନ୍ୟକାଳରେ ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟ । ବିଧାନସଭା ବାହାରେ ଶାସକ ଦଳର ବିଧାୟକ ମାନେ ମୋ ନାଁ ରେ ବହୁତ କିଛି କହିଛନ୍ତି । ତେଣୁ ମୁଁ ବିଧାନସଭା ରେ ଏହା କହିବା ପାଇଁ ବାଧ୍ୟ ହେଉଛି। ଯଦି ମୁଁ ଅପରାଧୀ ତେବେ ମୋ ନାଁ ରେ ଆପଣ ଚାର୍ଜ ସିଟ କରନ୍ତୁ । ମୁଁ ଖୋଲା ବିତର୍କ ପାଇଁ ପ୍ରସ୍ତୁତ । ଆସନ୍ତୁ ମୋ ସହ ଖୋଲା ବିତର୍କ କରନ୍ତୁ ।
• ବିଜେପୁର ନିର୍ବାଚନ ସମୟରେ ଶାସକ ଦଳ ନିର୍ବାଚନ ଜିତିବା ପାଇଁ କିପରି ଜଣଙ୍କୁ ହତ୍ୟା କରିଥିଲା ତାହାର ଟେପ ବା ପ୍ରମାଣ ବି ଦେଇ ଦେବି ।
• ମୋତେ କୁହା ଯାଉଛି ମୁଁ ଅଭ୍ୟାସଗତ ଅପରାଧୀ ବୋଲି କିନ୍ତୁ ଶାସକ ଦଳର ବିଧାୟକଙ୍କ ନାଁରେ ଅନେକ କେସ ରହିଛି ତାହା କହୁଛି ।
• ୪୬ ଜଣ ବିଧାୟକ ଙ୍କ ନାଁ ରେ ୧୮୦ ଟି କେସ ରହିଛି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ନାଁ ରେ ୩୦୭, ୨ ଜଣଙ୍କ ନାଁରେ ୩୯୫ ଡକାୟତି, ୯ ଜଣଙ୍କ ନାଁରେ ୩୭୯ ଚୋରି, ୪ ଜଣଙ୍କ ନାଁରେ ୧୭୧ ଲାଞ୍ଚ ନେବା, ୨୮ ଜଣ ଙ୍କ ନାଁରେ ୫୦୬ ଧମକ, ୫ ଜଣଙ୍କ ନାଁରେ ୩୫୪ ମହିଳା ଅସଦାଚରଣ, ଜଣଙ୍କ ନାଁରେ ୩୭୬ ଦୁଷ୍କର୍ମ , ୪ ଜଣଙ୍କ ନାଁରେ ୩୬୫ ବା ୩୬୩ ଅପହରଣ ଭଳି ମାମଲା ରହିଛି। ତାଳଚେର ବିଧାୟକ ନାଁରେ ୨୯ ଟି କେସ ରହିଛି ।
• ମନ୍ତ୍ରୀ ମାନେ ସରକାର, ସେ କିପରି କହିଲେ କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ଦଳ ନେତା ନବ ଦାସଙ୍କ ହତ୍ୟାକାଣ୍ଡର ଚକ୍ରାନ୍ତ କରି ଥାଇ ପାରନ୍ତି । ମନ୍ତ୍ରୀ ତଦନ୍ତକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଲେ ଜୟ ନାରାୟଣ ।
• ନିଜ କେସ ପ୍ରସଙ୍ଗ ଉଠାଇ କହିଲେ ଜଣେ ପୋଲିସ କେଉଁଠି ଥିବ ଆସି କି ଗୋଡ଼ ଦଳି ଦେବ ଆଉ ମୁଥା ମାରିବ । ଆଉ କେସ ମାଡ଼ ଖାଇଥିବା ଲୋକ ନାଁରେ ହେବ । ସେ ପୁଣି ବିରୋଧୀ ଦଳ ନେତାଙ୍କ ଭଳି ଜଣେ ସମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତି ବିଶେଷଙ୍କ ଉପରେ ।
• ମୁଁ ଯଦି ସାମାନ୍ୟତମ କାହାକୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବି କିଏ ପ୍ରମାଣ କରିଦେବ ତେବେ ମୁଁ ରାଜନୈତିକ ଜୀବନରୁ ଓହରିଯିବି…

Spread the love