ମର୍ଡରର ନୂଆ ତରିକା : ଗାଁ ସଭାପତିଙ୍କୁ ବିଷ ଇଞ୍ଜେକସନ ଦେଇ ହତ୍ୟା

ମର୍ଡରର ନୂଆ ତରିକା। ଗାଁ ସଭାପତିଙ୍କୁ ବିଷ ଇଞ୍ଜେକସନ ଦେଇ ହତ୍ୟା । ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଆମ୍ବପାଳ ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ। କୁକୁଡ଼ା ଫାର୍ମରେ ଶୋଇଥିବାବେଳେ ଗାଁ ସଭାପତି ବାଳକୃଷ୍ଣ ନାୟକଙ୍କୁ ବିଷ ଇଞ୍ଜେକସନ୍‌ ଦେଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ହତ୍ୟାକାଣ୍ଡ ପରେ ମାଓବାଦୀଙ୍କ ଭଳି ମୃତଦେହ ନିକଟରେ ଚିଠି ମଧ୍ୟ ଛାଡି ଯାଇଛନ୍ତି। ଯେଉଁଥିରେ ‘ସଭାପତି ମହୋଦୟ ଗାଁ ପାଇଁ ସହିଦ୍‌ ହୋଇଯାଅ ବୋଲି ଉଲ୍ଲେଖ ରହିଛି। ଜାନୁୟାରୀ ୨୫ ତାରିଖ ଟାର୍ଗେଟ୍‌ ଥିଲା ଆଜି ପୂରଣ ହୋଇଗଲା। ୨ଟି ସିରିଞ୍ଜ ମଧ୍ୟ ଘଟଣାସ୍ଥଳରୁ ଜବତ ହୋଇଛି । ମୃତକ ହେଲେ ଆମ୍ବପାଳ ଗାଁର ସଭାପତି ବାଳକୃଷ୍ଣ ନାୟକ । ଗତକାଲି ରାତିରେ ନିଜ କୁକୁଡା ଫାର୍ମରେ ଶୋଇଥିବା ବେଳେ କିଛି ଦୁବୃର୍ତ୍ତ ତାଙ୍କୁ ଏକ ବିଷଧର ଇଞ୍ଜେକସନ ଦେଇ ଫେରାର ହୋଇଯାଇଥିଲେ । ସେ ତୁରନ୍ତ ସେଠାର ଘରକୁ ପଳାଇ ଆସିଥିଲେ ।

ହେଲେ କିଛି ସମୟ ପରେ ବାନ୍ତି କରିବା ସହ ଅଚେତ୍‌ ହୋଇଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ଅନୁଗୁଳ ମେଡିକାଲ ଓ ପରେ ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ନେଇ ଯାଉଥିଲେ । ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଛି । ତେବେ କିଏ ଓ କାହିଁକି ଏଭଳି ଅଭିନବ ଉପାୟରେ ବାଳକୃଷ୍ଣଙ୍କୁ ହତ୍ୟା କରିଛି ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ବାଳକୃଷ୍ଣଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରିଛି । ପୂର୍ବ ଶତୃତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Spread the love