ଭୂଷଣ୍ଡପୁର ବାଣ ବିସ୍ଫୋରଣ ସ୍ଥାନରେ ପହଞ୍ଚିଲା ସାଇଣ୍ଟିଫିକ୍ ଟିମ୍

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟଣାରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଛି | ସାଇଣ୍ଟିଫିକ୍ ଟିମ୍ ବାଣ ବିସ୍ଫୋରଣ ହୋଇଥିବା ଘର ବୁଲି ଦେଖିବା ସହ ବିଭିନ୍ନ ସାମଗ୍ରୀ ଜବତ କରିଛନ୍ତି | ଟିମ ପକ୍ଷରୁ ଘଟଣାସ୍ଥଳରୁ ବାରୁଦ, ଗନ୍ଧକ, ଖାର, ସେଲୋଟେପ, କିଛି କାଗଜପତ୍ର, ସୁତୁଲି ଭଳି ସାମଗ୍ରୀର ନମୁନା ସଂଗ୍ରହ କରାଯାଇଛି | ତେବେ ବାଣ ବିସ୍ଫୋରଣକୁ ନେଇ ବଡ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ |

ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି ଯେ ବିନା ଅନୁମତିରେ ବାଣ ତିଆରି ହେଉଥିଲା | ଉଲ୍ଲେଖ ଥାଉ କି ଆଜି ସକାଳେ ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ତିଆରି ଚାଲିଥିବାବେଳେ ବିସ୍ଫୋରଣ ହୋଇଥିଲା | ଏଥିରେ ଘଟଣାସ୍ଥଳରେ ହିଁ ୪ଜଣଙ୍କ ପ୍ରାଣହାନି ଘଟିଥିଲା । ଏହାଛଡ଼ା ବିସ୍ଫୋରଣରେ ୩ ଜଣ ଗୁରୁତର ଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି ଜଣାଯାଇଛି। ସୂଚନା ମୁତାବକ ମାଲିକ ହଟ ବେହେରାଙ୍କ ପାଇଁ ମୃତାହତମାନେ ବାଣ ପ୍ରସ୍ତୁତ କରୁଥିଲେ।

Spread the love