ରାସ୍ତା ଉପରେ ଛିଡା ହୋଇ ରହିଛି ହଜାର ହଜାର ଟ୍ରକ

ଭୁବନେଶ୍ବର: ୧୦ ଦଫା ଦାବିରେ ଅନିଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ବୁଧବାର ସକାଳୁ ଆରମ୍ଭ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହଜାର ହଜାର ଡ୍ରାଇଭର ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଛନ୍ତି। ଆଉ ଏହି ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି | ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ରାସ୍ତାରେ ଗାଡ଼ିଗୁଡ଼ିକ ଛିଡା ହୋଇ ରହିଛି | ଭୁବନେଶ୍ୱରର ବିଭିନ୍ନ ଫ୍ଲାଏଓଭର ଉପରେ ମଧ୍ୟ ଅନ୍ୟ ରାଜ୍ୟରୁ ଆସିଥିବା ଟ୍ରକ ଗୁଡିକ ଛିଡା ହୋଇ ରହିଛନ୍ତି | କେବଳ ଅତ୍ୟାବଶ୍ୟକିୟ ସେବାକୁ ବାଦ ଦେଲେ ରାସ୍ତାରେ ବ୍ୟବସାୟିକ ଯାନବାହାନ ଚଳାଚଳକୁ ବିରୋଧ କରିଛି ଡ୍ରାଇଭର ସଂଘ। ଏହି ଧର୍ମଘଟ ଯୋଗୁଁ ରେ ବସ, ଟ୍ରକ, ଟ୍ୟାକ୍ସି ଏବଂ ସର୍ବସାଧାରଣ ପରିବହନ ଗୁରୁତର ପ୍ରଭାବିତ ହୋଇଛି। କର୍ମଜୀବୀ ଡ୍ରାଇଭରମାନଙ୍କ ପାଇଁ ଦୁର୍ଘଟଣା ବୀମା ଅର୍ଥାତ୍ ଗାଡ଼ି ଚଳାଇବା ସମୟରେ ଦୁର୍ଘଟଣା ଘଟିଲେ ୨୦ ଲକ୍ଷ ଟଙ୍କା, ଶାରୀରିକ ବିକଳାଙ୍ଗ ହେଲେ ୧୦ ଲକ୍ଷ ଟଙ୍କା, ଆହତଙ୍କ ଆଶୁ ଚିକିତ୍ସା ପାଇଁ ୫ଲକ୍ଷ ଟଙ୍କାର ବୀମା ରାଶି ତୁରନ୍ତ ଯୋଗାଇ ଦିଆଯାଉ ଭଳି ପ୍ରମୁଖ ଦାବି ରହିଛି |

Spread the love