ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: ବସ୍‌ ଅପେକ୍ଷାରେ ଯାତ୍ରୀ

କଟକ: ୧୦ ଦଫା ଦାବୀ ପୁରଣ ନେଇ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛି ଡ୍ରାଇଭର ସଂଘ। ଏହି ସମୟରେ ରାଜ୍ୟ ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ଭାବେ ଧର୍ମଘଟ, ବିକ୍ଷୋଭ ସହିତ ପ୍ରତିବାଦ ମଧ୍ୟ କରାଯାଉଛି। କେବଳ ଅତ୍ୟାବଶ୍ୟକିୟ ସେବାକୁ ବାଦ ଦେଲେ ରାସ୍ତାରେ ବ୍ୟବସାୟୀକ ଜାନବାହାନ ଚଳାଚଳକୁ ବିରୋଧ କରିଛି ଡ୍ରାଇଭର ସଂଘ। ଏହି ଧର୍ମଘଟ ଯୋଗୁଁ ରେ ବସ, ଟ୍ରକ, ଟ୍ୟାକ୍ସି ଏବଂ ପରିଶେଷରେ ସର୍ବସାଧାରଣ ପରିବହନ ଗୁରୁତର ପ୍ରଭାବିତ ହୋଇଛି। ସେପଟେ ଡ୍ରାଇଭର ସଂଘର ଏହି ବନ୍ଦ ଡାକରାରୁ ନିଜକୁ ଦୁରେଇ ରଖିଥିବା ରାଜ୍ୟ ଘରୋଇ ବସ ମାଲିକ ସଂଘ ଏହି ଧର୍ମଘଟ ନେଇ ପ୍ରତିକ୍ରିୟା ରଖିଛି । ବିକ୍ଷୋଭକାରୀମାନଙ୍କ ଦ୍ବାରା କିଛି କିଛି ସ୍ଥାନରେ ବସ ଗୁଡିକୁ ଅଟକାଇ ରଖି ଥିବାର ବସ ଚଳାଚଳ ପ୍ରଭାବିତ ହୋଇଛି ।

କିନ୍ତୁ ଡ୍ରାଇଭରଙ୍କ ନାଁ ରେ ଧର୍ମଘଟ କରୁଥିବା ଆନ୍ଦୋଳନକାରୀ ମଧ୍ୟରୁ ଅଧିକାଂଶ ଅଣ ଡ୍ରାଇଭର ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ। ଅନ୍ୟପଟେ ବସ ବନ୍ଦ ରହିଥିବାରୁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଯାତ୍ରୀ ପ୍ରକାଶ କରିଛନ୍ତି। ଏପରିକି ବସ ବନ୍ଦ ରହିଥିବାରୁ ବାଦାମବାଡ଼ି ବସ ଷ୍ଟାଣ୍ଡ ପାଲଟିଛି ପିଲାଙଙ୍କ କ୍ରିକେଟ ଖେଳ ପଡ଼ିଆ।

Spread the love