ଲାଲକୃଷ୍ଣ ଆଡଭାନୀଙ୍କ ୯୨ ତମ ଜନ୍ମଦିନ

ଭାରତୀୟ ଜନତା ପାର୍ଟି(ବିଜେପି)ର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ୯୨ ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଦେବା ସହିତ ସୁସ୍ଥ ଜୀବନ କାମନା କରିଛନ୍ତି। ଏହି ଅବସରରେ ତାଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ସାକ୍ଷତ କରିବା ପୂର୍ବରୁ ଟ୍ବିଟ୍ କରି କହିଛନ୍ତି, ବିଦ୍ବାନ, ରାଜନେତା ଓ ସମ୍ମାନିତ ନେତାଙ୍କ ଭିତରେ ଜଣେ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ସଶକ୍ତ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ଦିଗରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ତାଙ୍କର ଜନ୍ମଦିନରେ ମୁଁ ସମ୍ମାନ ଜଣାଇ ତାଙ୍କର ଦୀର୍ଘ ଜୀବନର ପ୍ରାର୍ଥନା କରୁଛି।ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଡଭାନୀଙ୍କ ପାଇଁ ସାର୍ବଜନିକ ସେବା ସବୁବେଳେ ମୂଲ୍ୟ ସହିତ ଯୋଡି ହୋଇ ରହିଛି। ଯେତେବେ​‌ଳେ କେବେ ବି ଆମର ଲୋକତନ୍ତ୍ରର ରକ୍ଷା କରିବା କଥା ଆସେ ତେବେ ସେ ସବୁବେଳେ ଆଗରେ ଠିଆ ହୋଇଥାନ୍ତି। ମନ୍ତ୍ରୀଗାପରେ ନିଜର ପ୍ରଶାସନିକ କୌଶଳ ଯୋଗୁଁ ସେ ସବୁ ସ୍ଥାନରେ ପ୍ରଶଂସା ପାଇଥାନ୍ତି।

Spread the love