କନିଷ୍ଠଙ୍କ ପଛରେ ବରିଷ୍ଠ : ପ୍ରଶାସନିକ ବିସଙ୍ଗତି

୫-ଟିକୁ ନେଇ ଭାଜପା ସାଂସଦ ଅପରାଜିତା ଷଡଙ୍ଗୀ ପୁଣି ଥରେ ରାଜ୍ୟସରକାରଙ୍କୁ ଟାର୍ଗେଟ୍‍ କରିଛନ୍ତି । କନିଷ୍ଠସଚିବଙ୍କ ଗସ୍ତବେଳେ ବରିଷ୍ଠ ସଚିବ ତାଙ୍କସହିତ ଉପସ୍ଥିତ ରହିବା ଏକ ପ୍ରଶାସନିକବିସଙ୍ଗତି ବୋଲି କହିଛନ୍ତି ଶ୍ରୀମତୀ ଷଡଙ୍ଗୀ ।ରବିବାର ସମ୍ବଲପୁର ଗସ୍ତରେ ଥିବାବେଳେଏକଥା କହିଛନ୍ତି ସେ । ୫ଟି ସଚିବ ଭିକେପାଣ୍ଡିଆନ୍‍ଙ୍କ ସହିତ ମୁଖ୍ୟ ଶାସନ ସଚିବ,ଉନ୍ମୟନ କମିଶନର ତଥା ଅନ୍ୟ ବରିଷ୍ଠସଚିବମାନେ ବିଭିନ୍ନ ଜିଲ୍ଲାକୁ ଯିବାପରିପ୍ରେକ୍ଷୀରେ ସେ ଏକଥା କହିଛନ୍ତି ।ସେ କହିଛନ୍ତି, ‘ମୁଁ ଓଡ଼ିଶାରେ ୨୦ବର୍ଷ ଓଦିଲ୍ଲୀରେ ୫ବର୍ଷ ଚାକିରି କରିଛି । କିନ୍ତୁ ଏଭଳି ସ୍ଥିତିକୌଣସି ସ୍ଥାନରେ ଦେଖିନି । ଏହା ଶାସନବ୍ୟବସ୍ଥାର ବିସଙ୍ଗତି । ବରିଷ୍ଠ ଅଧିକାରୀଙ୍କୁ ଗସ୍ତବେଳେ କନିଷ୍ଠ ଅଧିକାରୀ ସହାୟତା କରିବାକଥା । ବରିଷ୍ଠ ମାନେ କନିଷ୍ଠଙ୍କ ସହାୟତା ପାଇଁଯିବା ଏକ ପ୍ରଶାସନିକ ବିସଙ୍ଗତି । ତେଣୁ ପ୍ରଶାସନବ୍ୟବସ୍ଥାର ମଡେଲକୁ ପରିବର୍ତ୍ତନ କରିବାକୁ ହେବବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି

Spread the love