ଆସନ୍ତା ୯ ରୁ ୧୫ ଯାଏ ପାଳନ ହେବ ଚଇତି ପର୍ବ

ଘଟଗାଁ : କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀଙ୍କ ଚଇତି ପର୍ବ ପାଳନ ନେଇ ପ୍ରସ୍ତୁତି ଆରମ୍ଭ। ଆସନ୍ତା ୯ ତାରିଖରୁ ୧୫ ତାରିଖ ଯାଏ ମା’ ତାରିଣୀଙ୍କ ପ୍ରସିଦ୍ଧ ଚଇତି ପର୍ବ ପାଳନ ହେବ । ଏହି ସାତଦିନ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ ତାରିଣୀ। ୮୭ତମ ଚଇତି ପର୍ବ ପାଳନ ପାଇଁ ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ବୈଠକ ମା’ତାରିଣୀଙ୍କ ମନ୍ଦିର ପରିସରରେ ଥିବା ବୈଠକ ଗୃହ ଠାରେ ଅନୁଷ୍ଠିତ ହୋଇଛି। ଘଟଗାଁର ସମସ୍ତ ପ୍ରଶାସନିକ ଅଧିକାରୀ, ପୋଲିସ, ମନ୍ଦିର ପ୍ରଶାସନ, ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ବୈଠକରେ ସାମିଲ ହୋଇଥିଲେ। ଚଳିତ ବର୍ଷ ଚଇତିପର୍ବ କିପରି ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ ଏବଂ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ମା’ଙ୍କ ଦର୍ଶନ କରିବେ ସେ ନେଇ ଗୁରୁତ୍ୱ ଦିଆଯାଇଛି। ଚଇତି ପର୍ବରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାର ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ଜୋର ଦିଆଯାଇଛି।

Spread the love