ବିଚ୍‌ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଓ ଛୁରୀରେ ଆକ୍ରମଣ କଲେ ଦୁର୍ବୃତ୍ତ

ଯୁବକଙ୍କୁ ଖଣ୍ଡାରେ ହାଣି ପେଟରେ ଛୁରୀ ଭୁସିଲେ ଦୁର୍ବୃତ୍ତ। ବିଚ୍‌ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଓ ଛୁରୀରେ ମରଣାନ୍ତକ ଆକ୍ରମଣ। ଖଲ୍ଲିକୋଟ ଥାନା ବାକୁଟୁ ଗାଁର ଆଲୋକ ସାହୁଙ୍କ ଉପରେ ହୋଇଛି ଆକ୍ରମଣ। ଆଲୋକ ଓ ତାଙ୍କ ସାଙ୍ଗ ବାଇକରେ ବାଦପଲ୍ଲୀରୁ ନିଜ ଗାଁକୁ ଫେରୁଥିବା ବେଳେ କମାର ସିଂ ଛକ ନିକଟରେ ୫ ରୁ ୭ଜଣ ଯୁବକ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଖଣ୍ଡା, ଛୁରୀ ଓ ପଥରରେ ଆକ୍ରମଣ କରିଥିଲେ।

ଘଟଣାସ୍ଥଳରୁ ତାଙ୍କ ସାଙ୍ଗ ଦଉଡି ପଳାଇଥିଲେ। ଦୁର୍ବୃତ୍ତମାନେ ଆଲୋକର ଗୋଡ଼କୁ ଖଣ୍ଡାରେ ହାଣିବା ସହ ଛୁରୀରେ ପେଟକୁ ଭୂସି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା ଉଦ୍ୟମ ହୋଇଥିବା ଜଣାପଡିଛି। ଆକ୍ରମଣ ପରେ ସମସ୍ତ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଖଲ୍ଲିକୋଟ ପୋଲିସ ଆକ୍ରମଣର ତନାଘନା ଆରମ୍ଭ କରିଛି।

Spread the love