ମହିଳା ସୁଇପରଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା, ସ୍ଥିତି ବିଗିଡ଼ିବା ପରେ ୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଭଦ୍ରକ:ମହିଳା ସୁଇପରଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ଉତ୍ତେଜନା। ସ୍ଥିତି ବିଗିଡ଼ିବା ପରେ ୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ। ଭଦ୍ରକ ସହର ଅପର୍ତ୍ତିବିନ୍ଧା ଛକରେ ଉତ୍ତେଜନା ଦେଖାଯାଇଛି। ମହିଳା ସୁଇପରମାନେ ଅପର୍ତ୍ତିବିନ୍ଧା ଛକରେ ରାସ୍ତା ପରିଷ୍କାର କରୁଥିବା ବେଳେ ଜଣେ ଉଠା ଦୋକାନୀଙ୍କୁ ଟିକେ ଘୁଞ୍ଚିବାକୁ କହିଥିଲେ। ଏହାକୁ ନେଇ ମହିଳା ସୁଇପର ଏବଂ ଉଠା ଦୋକାନୀଙ୍କ ମଧ୍ୟରେ ସହିତ ବଚସା ହୋଇଥିଲା।

ଦୁଇଜଣଙ୍କ ମଧ୍ୟରେ ବଚସୀ ଉଗ୍ର ହେବା ପରେ ଉଠା ଦୋକାନୀମାନେ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ। ପ୍ରତିବାଦରେ ଅପର୍ତ୍ତିବିନ୍ଧା ଛକରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସୁଇପର ଓ ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ। ସ୍ଥିତି ଅଧିକ ଉତ୍ତେଜନା ପୂର୍ଣ୍ଣ ହେବାରୁ ପୋଲିସ ଲାଠି ଧରି ସ୍ଥାନୀୟ ଲୋକଙ୍କୁ ଘଉଡ଼ାଇଥିଲେ। ପରେ ପୋଲିସ ସହରର ସମସ୍ତେ ଦୋକାନ ବଜାର ବନ୍ଦ କରିଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ୫ପ୍ଲାଟୁନ ପୋଲିସ ଫୋର୍ସ ସହରର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି।

Spread the love