ମହଙ୍ଗା ପଡିଲା ମହିଳା ସାମ୍ବାଦିକାଙ୍କ ଫଟୋକୁ ଅଶ୍ଲୀଳ କରି ଭାଇରାଲ କରିବା

ମହଙ୍ଗା ପଡିଲା ମହିଳା ସାମ୍ବାଦିକାଙ୍କ ଫଟୋକୁ ଭାଇରାଲ କରିବା। ବନ୍ଧା ହେଲେ ୟୁଟ୍ୟୁବର ଉମାକାନ୍ତ ପାଣିଗ୍ରାହୀ। ତାକୁ ବାଲେଶ୍ବର ସିମୁଳିଆ ଅଞ୍ଚଳରୁ ଗିରଫ କରିଛି କମିଶନରେଟ ପୋଲିସ।ଗତ ତା.୦୮.୦୪.୨୦୨୩ ରିଖରେ ଅଭିଯୋଗକାରିଣୀଙ୍କ ଅଭିଯୋଗକ୍ରମେ ମହିଳା ଥାନା ପୋଲିସ ଅଭିଯୋଗ ପାଇ ମାମଲା ରୁଜୁ କରି ତଦନ୍ତ କରିବ ସହିତ ଉମାକାନ୍ତ ପାଣିଗ୍ରାହୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଘରୋଇ ୱେବ ଚ୍ୟାନେଲରେ ଏଣ୍ଟରଟେନମେଣ୍ଟ ଜର୍ଣ୍ଣାଲିଷ୍ଟ  ଭାବେ କାର୍ଯ୍ୟ କରନ୍ତି । ଗତ ତା.୦୭.୦୪.୨୦୨୩ ରିଖରେ ଡେଲିଭରି ବୟ ସିନେମାର ପ୍ରିମିୟର ସୋର ତଥ୍ୟ ସଂଗ୍ରହ ପାଇଁ ସେ ମହାରାଜା ସିନେମା ହଲକୁ ଯାଇଥିଲେ । ସିନେମା ହଲର ଲବି ଠାରେ ପ୍ରବଳ ଜନସମାଗମ ଥିବା ସମୟରେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସହିତ ତାଙ୍କର ଭେଟ ହୋଇଥିଲା । ତାଙ୍କ ସହିତ କଥୋପକଥନ ସମୟରେ କେହି ଜଣେ ତାଙ୍କର ପିଛା କରିବା ସହିତ ଭିଡିଓ ଉତ୍ତୋଳନ କରୁଥିବାର ସେ ଅନୁଭବ କରିଥିଲେ । ପରେ  ଅଭିଯୁକ୍ତ ଉମାଶଙ୍କର ତାଙ୍କ ୟୁଟ୍ୟୁବ ଚ୍ଯାନେଲରେ ଏକ ଖରାପ କ୍ୟାପସନ ଲେଖି ଉକ୍ତ ଭିଡିଓଟିକୁ ଅପଲୋଡ କରିବା ସହିତ ଉକ୍ତ ଭିଡିଓରେ ବିଭିନ୍ନ ପ୍ରକାର ଅଶ୍ଳୀଳ ଶବ୍ଦର ପ୍ରୟୋଗ କରିଥିବା ଅଭିଯୋଗକାରିଣୀ ଜଣକ ଦେଖିବାକୁ ପାଇଥିଲେ ।

ଏନେଇ ସେ ମହିଳା ଥାନାରେ ଅଭିଯୋଗ କରିଥିଲେ । ଘଟଣାର ଅଭିଯୋଗ ପରେ ମହିଳା ଥାନା ପୋଲିସ ତୁରନ୍ତ ମାମଲାର ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କୁ ବାଲେଶ୍ବର ଜିଲ୍ଲାର ସିମୁଳିଆ ଅଞ୍ଚଳରୁ ଗିରଫ କରିଥିଲା । ପଚରା ଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଛି। ଏହି ମାମଲାର ଅଧିକ ତଦନ୍ତ  ଚଲାଇଛି  ମହିଳା ଥାନା ପୋଲିସ।

Spread the love