୭୫ ବର୍ଷରେ ପାଦ ଥାପିଛି ରାଜଧାନୀ

ଭୁବନେଶ୍ୱର : ୭୫ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର। ୧୫ ହଜାର ଜନସଂଖ୍ୟା ଏବେ ୧୫ ଲକ୍ଷରେ ପହଁଚିଛି । ପରିସୀମା ସହ ବଢିଛି ଏକାମ୍ରକ୍ଷେତ୍ରର କଳେବର । ଏ ମଧ୍ୟରେ ଦୟାନଦୀରେ କେତେ ପାଣି ବହି ଯାଇଛି। କଳେବର ବଢ଼ିଛି, ରୂପ, ରଙ୍ଗ ବଦଳିଛି। ବିଶ୍ୱବ୍ୟାପୀ ରାଜଧାନୀ ଭୁବନେଶ୍ୱରର ଖ୍ୟାତି ବଢ଼ିଛି। ମନ୍ଦିରମାଳିନୀ ଏକାମ୍ରକ୍ଷେତ୍ର । ଏହାର ଇତିହାସ ୩ ହଜାର ବର୍ଷ ପୁରୁଣା । ୧୯୪୮ ମସିହା ପରକୁ ନୂଆ ଓ ତା ପୂର୍ବ ସମୟକୁ ପୁରୁଣା ଭୂବନେଶ୍ବର ଭାବେ ଗଣନା କରାଯାଇଥାଏ । ୧୯୪୮ ଏପ୍ରିଲ ୧୩ରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି । ବୌଦ୍ଧ, ଜୈନ, ଶୈବ ଓ ମହିମା ଭଳି ସମ୍ମିଳିତ କ୍ଷେତ୍ର ଭୁବନେଶ୍ବର । କିଛି ଗାଁ ଓ ୧୫ ହଜାର ଲୋକଙ୍କୁ ନେଇ ଆରମ୍ଭ ହୋଇଥିଲା ରାଜଧାନୀର ଯାତ୍ରା । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ବାରା ପ୍ରତିଷ୍ଠା ପରେ ୧୦ବର୍ଷ ମଧ୍ୟରେ ଏହାର ଜନସଂଖ୍ୟା ୪୦ ହଜାରକୁ ବୃଦ୍ଧି ପାଇବା ସହ କ୍ଷେତ୍ରଫଳ ୧୩୨ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଥିଲା ।

Spread the love