ମିସ୍ ଟିନ୍ ଡିଭା ୨୦୨୨ର ମୁକୁଟ ହାତେଇଛନ୍ତି କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ତ୍ରିଶ୍ନା ରାୟ
ମିସ୍ ଟିନ୍ ଡିଭା ୨୦୨୨ ମୁକୁଟ ହାତେଇଛନ୍ତି ତ୍ରିଶ୍ନା ରାୟ । ଫ୍ୟାଶନ୍ ଟେକ୍ନୋଲୋଜି କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ହେଉଛନ୍ତି ତ୍ରିଶ୍ନା । ମୁକୁଟ ହାତେଇବା ପରେ ଏବେ ଆର୍ନ୍ତଜାତୀୟ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରିବେ ତ୍ରିଶ୍ନା । ରାଜସ୍ଥାନର ଜୟପୁରରେ ଆୟୋଜିତ ହୋଇଥିବା ମିସ୍ ଟିନ୍ ଡିଭା ୨୦୨୨ରେ ସେ ଏହି ସଫଳତା ହାସଲ କରିଛନ୍ତି ।
୬ ଏପ୍ରିଲରୁ ୧୩ ଏପ୍ରିଲ ଯାଏ ଚାଲିଥିଲା ପ୍ରତିଯୋଗିତା । ଏଥିରେ ତ୍ରିଶ୍ନା ବିୟୁଟି ଓ୍ଵିଥ୍ ବ୍ରେନସ୍, ବେଷ୍ଟ ଇନ୍ ରାମ୍ପଓ୍ଵାକ୍ ଓ ବେଷ୍ଟ ଇନ୍ ସ୍ପିଚ୍ ରାଉଣ୍ଡରେ ମଧ୍ୟ ସଫଳତା ପାଇଥିଲେ । ଗ୍ଲାମାନନ୍ଦ ପ୍ରାଇଭେଟ୍ ଲିମିଟେଡ୍ ଓ ଭାରତ ୨୪ ଚ୍ୟାନେଲ ପକ୍ଷରୁ କାର୍ଯ୍ୟକ୍ରମ କରାଯାଇଥିଲା ।