ଲଗାତାର ଫ୍ଲପ ହେଉଥିବାରୁ ରଣବୀରଙ୍କୁ ନେଇ ଫିଲ୍ମ କରିବାକୁ ଚାହୁଁନି ୟଶ ରାଜ ଫିଲ୍ମ୍ସ

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ଅଭିନେତା ରଣବୀର ସିଂହ। ନିଜ ଫିଲ୍ମ କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମ ଦେଇଥିବା ରଣବୀରଙ୍କୁ ଏବେ ଫିଲ୍ମ ମିଳୁନଥିବା ଚର୍ଚ୍ଚା ହେଉଛି। କରୋନା ସଂକ୍ରମଣ ଆରମ୍ଭ ହେବା ପରେ ରଣବୀରଙ୍କ କୌଣସି ଫିଲ୍ମ ହିଟ୍ ହୋଇନଥିବାରୁ ଏଭଳି ସ୍ଥିତି ଉପୁଜିଛି। କୁହାଯାଉଛି ଯେ, ପ୍ରଯୋଜନା ସଂସ୍ଥା ୟଶ ରାଜ ଫିଲ୍ମ୍ସ ଏବେ ରଣବୀରଙ୍କୁ ଆଗାମୀ କୌଣସି ଫିଲ୍ମରେ ନନେବାକୁ ସ୍ଥିର କରିଛି।

୨୦୨୧ରେ ରଣବୀରଙ୍କ ଅଭିନୀତ ଫିଲ୍ମ ‘୮୩’ ଏବଂ ୨୦୨୨ରେ ରଣବୀରଙ୍କ ଅଭିନୀତ ଫିଲ୍ମ ‘ଜୟଶଭାଇ ଜୋରଦାର’ ରିଲିଜ୍ ହୋଇଥିଲେ ବି ଏହା ବକ୍ସ ଅଫିସରେ ଫ୍ଲପ ହୋଇଥିଲା। ଏହି ୨ଟି ଫିଲ୍ମ ବକ୍ସ ଅଫିସରେ ମାତ୍ର ୧୬କୋଟି ଆୟ କରିଥିବା ବେଳେ ଫିଲ୍ମ ‘ସର୍କସ’ ମାତ୍ର ୩୫କୋଟି ଆୟ କରିଥିଲା। ଲଗାତାର ୩ଟି ଫିଲ୍ମ ଫ୍ଲପ ହେବା ପରେ ଏବେ ୟଶ ରାଜ ଫିଲ୍ମ୍ସ ରଣବୀରଙ୍କୁ କୌଣସି ଫିଲ୍ମରେ କାଷ୍ଟ କରିବାକୁ ଚାହୁଁନାହିଁ।

ରଣବୀର ୟଶ ରାଜ ଫିଲ୍ମ୍ସର ୬ଟି ଫିଲ୍ମରେ କାମ କରିଥିବା ବେଳେ ସେଥିରୁ କେବଳ ‌ଗୋଟିଏ ଫିଲ୍ମ ହିଟ୍ ହୋଇଥିଲା ଏବଂ ତାହା ଥିଲା ‘ଗୁଣ୍ଡେ’। ଏହା ୨୦୧୪ରେ ରିଲିଜ୍ ହୋଇଥିଲା।  ତେବେ ଓଟିଟି ଏବଂ ସାଟେଲାଇଟ୍ ରାଇଟ୍ସରୁ ଫିଲ୍ମଟି ଭଲ ଆୟ କରିଥିଲେ ବି ବକ୍ସ ଅଫିସରେ ଭଲ ଆୟ କରିପାରିନଥିଲା। ୟଶ ରାଜ ଫିଲ୍ମ୍ସ ଅଧିନରେ ରଣବୀର କରିଥିବା ଫିଲ୍ମଗୁଡିକ ହେଲା, ‘ବ୍ୟାଣ୍ଡ ବାଜା ବାରାତ୍’, ‘ଗୁଣ୍ଡେ’, ‘କିଲ୍ ଦିଲ୍’, ‘ଜୟଶଭାଇ ଜୋରଦାର’, ‘ଲେଡିଜ୍ ଭର୍ସେସ ରିକି ବହଲ’ ଏବଂ ‘ବେଫିକ୍ରେ’।

Spread the love