ଶ୍ରୀମନ୍ଦିର ଫାଇଲ୍‌ ହଜିବା ଘଟଣା: ମତ ରଖିଲେ ଆଇନମନ୍ତ୍ରୀ, ବିରୋଧୀ ଦଳ ନେତା

ରାୟଗଡ଼ା: ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଚାବି ହଜିବା ଘଟଣା ରାଜ୍ୟରେ ଚହଳ ପକାଇଥିବା ବେଳେ ଶ୍ରୀମନ୍ଦିର କମିଟିରେ କାହିଁକି ଛାମୁଖୁଣ୍ଟିଆ ନିଯୋଗର ସଦସ୍ୟମାନଙ୍କୁ ସଭ୍ୟ ରଖାଯାଉ ନାହିଁ ବୋଲି କୃଷ୍ଣଚନ୍ଦ୍ର ଖୁଣ୍ଟିଆ ଉଚ୍ଚ ନ୍ୟାୟାଳୟରେ କେଶ ରୁଜୁ କରିବା ପରେ ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ଏହାର ଜବାବ ତଲବ ମାଗିଥିଲେ। ତେବେ ଏହା ପରେ ଆଇନ ବିଭାଗର ଦୁଇଟି ଫାଇଲ ଗାଏବ ହୋଇଯାଇଥିଲା। ଏହାକୁ କିଏ ଗାଏବ କଲା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଆଜି ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଏହାର ତଦନ୍ତ କରାଯିବା ସହ ଜଗନ୍ନାଥଙ୍କ ଉପରେ ସମସ୍ତଙ୍କର ଭରସା ରହିଥିବା କହିଥିଲେ।

ବିରୋଧୀ ଦଳର ନେତା ବିଜୟ ପଟ୍ଟନାୟକ କିନ୍ତୁ ଫାଇଲ ହଜିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସେକ୍ରେଟାରିୟଟରୁ ଫାଇଲ ହଜିବା ଅସମ୍ଭବ ବୋଲି କହିଥିଲେ। ଏବେ ସଂପୂର୍ଣ୍ଣ ରୂପେ ଆଧୁନିକୀକରଣ ହେବା ସହ ଫାଇଲଗୁଡିକ ସୁରକ୍ଷାରେ ରହିଛି। ତେଣୁ ଏହାକୁ କିଏ ଓ କାହିଁକି ଗାଏବ କରିଛି ତାହାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି। ସେହିପରି ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବି ହଜିବା ଘଟଣାକୁ ମଧ୍ୟ ନିନ୍ଦା କରିଥିଲେ।ଜଗନ୍ନାଥ ସମସ୍ତଙ୍କର ଦେବତା ସମସ୍ତେ ଏହି ବିଷୟରେ ଜାଣିବାକୁ ଚାହୁଁଛନ୍ତି। ତେଣୁ ସରକାର ଏନେଇ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଥିଲେ।

Spread the love